April 18, 2024

‘ଫୋନି’ର କ୍ଷୟକ୍ଷତି ଆକଳନ ପାଇଁ ଓଡ଼ିଶାରେ ପହଞ୍ଚିଲେ କେନ୍ଦ୍ରୀୟ ଟିମ୍‌

1 min read
Central-Team-Reached-Odisha-Aajira-Odisha

ଆଓରି-ଭୁବନେଶ୍ଵର(୧୩/୦୫) : ବାତ୍ୟା ‘ଫୋନି’ର କ୍ଷୟକ୍ଷତି ଆକଳନ ପାଇଁ କେନ୍ଦ୍ରୀୟ ଟିମ ଓଡ଼ିଶା ଗସ୍ତରେ ଆସିଛନ୍ତି । ଅତିରିକ୍ତ ସଚିବ ବିବେକ ଭରଦ୍ୱାଜଙ୍କ ନେତୃତ୍ୱରେ ୧୧ ଜଣିଆ ଟିମ ୨ ଭାଗ ହୋଇ ‘ଫୋନି’ ପ୍ରଭାବିତ ଅଞ୍ଚଳ ଗସ୍ତ କରିବେ। ତେବେ ଏହା ପୂର୍ବରୁ ସଚିବାଳୟରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସହ ଆଲୋଚନା କରିଛି ଦଳ । ସେଠାରେ ବାତ୍ୟା କ୍ଷୟକ୍ଷତି ସମ୍ପର୍କରେ କେନ୍ଦ୍ରୀୟ ଟିମକୁ ଅବଗତ କରାଇଛନ୍ତି ଏସଆରସି । ଏହା ପରେ କେନ୍ଦ୍ରୀୟ ଟିମ କ୍ଷେତ୍ର ପରିଦର୍ଶନରେ ଯିବେ ।

ଗୋଟିଏ ଟିମ ପୁରୀ ଏବଂ ଆଉ ଏକ ଟିମ ଅନ୍ୟ ଜିଲ୍ଲା ପରିଦର୍ଶନରେ ଯିବେ । କଟକ ଓ ଖୋର୍ଦ୍ଧା ଜିଲ୍ଲାର ପ୍ରଭାବିତ ଅଞ୍ଚଳ ବୁଲିବା ପରେ ୧୫ ତାରିଖରେ ଟିମ ସଦସ୍ୟ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳ ବୁଲି ଦେଖିବେ । ୩ ଦିନର କ୍ଷେତ୍ର ପରିଦର୍ଶନ ପରେ ମୁଖ୍ୟ ଶାସନ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରାଯିବ । ଏହା ପରେ ଦିଲ୍ଲୀ ଫେରି ଯାଇ କେନ୍ଦ୍ର ସରକାରଙ୍କୁ କେନ୍ଦ୍ରୀୟ ଟିମ ରିପୋର୍ଟ ପ୍ରଦାନ କରିବେ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.