ଆଇପିଏଲ୍ ମହାସମର: ଫାଇନାଲରେ ଚେନ୍ନାଇ-ହାଇଦ୍ରାବାଦ ଟକ୍କର
1 min readଆ.ଓ.ରି(ତା୨୬|୫)-ଆଇପିଏଲ -୧୧ ଫାଇନାଲ୍ରେ ହେବ ଚେନ୍ନାଇ-ହାଇଦ୍ରାବାଦ ଟକ୍କର। ଗତକାଲି ଦ୍ୱିତୀୟ କ୍ୱାଲିଫାୟରରେ କୋଲକାତା ନାଇଟ୍ ରାଇଡର୍ସକୁ ୧୩ ରନ୍ରେ ହରାଇ ଫାଇନାଲ୍ରେ ପ୍ରବେଶ କରିଛି ସନ୍ରାଇଜର୍ସ ହାଇଦ୍ରାବାଦ।
ଇଡ଼େନ୍ ଗାର୍ଡେନ୍ସରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ଦଳ ନିର୍ଦ୍ଧାରିତ ୨୦ ଓଭର୍ରେ ୭ ଓ୍ୱିକେଟ୍ ହରାଇ ୧୭୪ ରନ୍ ସଂଗ୍ରହ କରିଥିଲା। ଏହାପରେ ୧୭୫ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ୨୦ ଓଭର୍ରେ ୯ ଓ୍ୱିକେଟ୍ ବିନିମୟରେ ୧୬୧ ରନ୍ ସଂଗ୍ରହ କରିବାରେ ସମର୍ଥ ହୋଇଥିଲା କୋଲକାତା।
ଆସନ୍ତାକାଲି ମୁମ୍ବାଇ ଓ୍ୱାଙ୍ଖଡ଼େ ଷ୍ଟାଡିୟମ୍ରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ।