April 18, 2024

କଂଗ୍ରେସ ଦଳ ତ୍ୟାଗ କରିବେ ଅଭିନେତା ଚିରଞ୍ଜିବୀ

1 min read
Aajira-Odisha

ଆଓରି-ନୂଆଦିଲ୍ଲୀ(୧୧/୧୧) : କଂଗ୍ରେସ୍‌ ତେଲୁଗୁ ଦେଶମ୍‌ ପାର୍ଟି ସହିତ କାମ କରୁଥିିବାର ଖବର ପାଇବା ପରେ ଅଭିନେତାରୁ ରାଜନେତା ବନିଥିବା କେ.ଚିରଞ୍ଜିବୀ କଂଗ୍ରେସ ଦଳ ଛାଡ଼ିବେ ବୋଲି ଜଣାଯାଇଛି। ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି ଯେ ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ.ଚିରଞ୍ଜିବୀ କଂଗ୍ରେସ୍‌ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇସାରିଛନ୍ତି।ଏହା ଆନ୍ଧ୍ର ପ୍ରଦେଶର ରାଜନୀତିକୁ ଅଧିକ ସରଗରମ କରିଛି।

ଗତ ନଭେମ୍ବର ୧ ତାରିଖରେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କଂଗ୍ରେସ୍‌ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟିବାପରେ ଦୁଇନେତା ୨୦୧୯ ସାଧାରଣ ନିର୍ବାଚନ ଓ ଆନ୍ଧ୍ର ପ୍ରଦେଶର ବିଧାନସଭା ନିର୍ବାଚନରେ ଏକାଠି ଲଢ଼ିବାର ଘୋଷଣା କରିଥିଲେ। କଂଗ୍ରେସ ହାଇକମାଣ୍ଡଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧ କରୁଛନ୍ତି ଚିରଞ୍ଜିବୀ। ସେ କହିଛନ୍ତି ଯେ ଏହା ଏକ ଅନୁଚିତ ମେଣ୍ଟ। ଏଣୁ ସେ କଂଗ୍ରେସ ଦଳରୁ ଇସ୍ତଫା ଦେବେ। ସୂଚନାଯୋଗ୍ୟ ଯେ ଚିରଞ୍ଜିବୀ ପ୍ରଥମେ ପ୍ରଜାରାଜ୍ୟମ ପାର୍ଟି ଗଠନ କରି ରାଜନୀତିରେ ପ୍ରବେଶ କରିଥିଲେ। ତା’ପରେ ସେ ଏହି ଦଳକୁ କଂଗ୍ରେସରେ ବିଲୟ କରିଥିଲେ। ରାଜନୀତି ବିଶାରଦଙ୍କ ମତ ଅନୁଯାୟୀ କେ.ଚିରଞ୍ଜିବୀ କଂଗ୍ରେସ୍‌ ଦଳ ଛାଡ଼ିଲେ ଏହା କଂଗ୍ରେସ ଏବଂ ଟିଡ଼ିପି ଲାଗି ଘାତକ ହୋଇପାରେ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.