ବେଉସା ହରାଇ ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି ଚିଲିକା ମତ୍ସ୍ୟଜୀବୀ
1 min readଆଓରି-ଭୁବନେଶ୍ଵର(୨୧/୧୨) : ବେଉସା ହରାଇ ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି ମତ୍ସ୍ୟଜୀବୀ । ରାଜ୍ୟ ସରକାରଙ୍କର ବୈମାତୃିକ ମନୋଭାବକୁ ଯୋଗୁ କୂଳ ବେଉସା ହରାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବାକୁ ବାଧ୍ୟ ହେଉଛନ୍ତି ମତ୍ସ୍ୟଜୀବୀ । ସରକାର ଚିଲିକାକୁ ଘେରି ମୁକ୍ତ କରିନଥିବା ବେଳେ ଏହାକୁ ଘେରିମୁକ୍ତ ହୋଇଥିବା ଘୋଷଣା କରୁଛନ୍ତି । ସେହିପରି ମତ୍ସ୍ୟଜୀବୀଙ୍କ ପାଇଁ ସୀମା ସଂରକ୍ଷଣ ମଧ୍ୟ ରହିଛି । ଏହା ସହିତ ଦିଘା ଠାରୁ ଗୋପାଳପୁର ପର୍ଯ୍ୟନ୍ତ ସାଗରମାଳା ପ୍ରୋଜେକ୍ଟକୁ ଦୃଢ ବିରୋଧ କରିବା ସହିତ ଚିଲିକା ଚତୁପାଶ୍ୱର୍ରେ ମାଫିଆ ମାନଙ୍କ ଦ୍ୱାରା କୃତ୍ରିମ ମାଛଚାଷ ରାସାୟନିକ ମେଡିସିନ ପ୍ରୟୋଗ ଦ୍ୱାରା ଜୈବ ବିବିଧତା ନଷ୍ଟ ହେଉଥିବାର ସରକାରଙ୍କ ଦୃଷ୍ଟି ଗୋଚର ହୋଇଥିଲେ ମଧ୍ୟ ସରକାର ଅଣଦେଖା କରୁଥିବା ଅଭିଯୋଗ ହୋଇଛି ।
ରାଜ୍ୟ ସରକାର ପକ୍ଷୀମାନଙ୍କ ପାଇଁ ଅଭୟାରଣ୍ୟ ସୃଷ୍ଟି କରି ମତ୍ସ୍ୟଜୀବୀମାନଙ୍କ ପାଇଁ ବିପଦ ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି । ଚିଲିକା ଉପରେ ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମର ମତ୍ସଜୀବୀମାନେ ନିର୍ଭର କରୁଥିବା ବେଳେ ରାଜ୍ୟ ସରକାର ବୈମାତୃିକ ମନୋଭାବ ପୋଷଣ କରୁଛନ୍ତି । ତେଣୁ ମତ୍ସ୍ୟଜୀବୀଙ୍କ ମଧ୍ୟରେ ଅସନ୍ତୋଷ ବଢିଛି । ଆଗାମୀ ଦିନରେ ସରକାର ଏଦିଗରେ ଦୃଷ୍ଟି ନଦେଲେ ଆନ୍ଦୋଳନ ଜୋର ଧରିବ ବୋଲି ମତ୍ସ୍ୟଜୀବୀମାନେ ଚେତାବନୀ ଦେଇଛନ୍ତି ।