April 19, 2024

ସହିଦ ଯବାନ ଅଜିତ ସାହୁଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କଲେ ନବୀନ ପଟ୍ଟନାୟକ

1 min read

ଆଓରି-ଭୁବନେଶ୍ଵର(୧୯/୦୬) : ସହିଦ ଯବାନ ଅଜିତ ସାହୁଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜୁନ ୧୭ରେ ଜମ୍ମୁ ଓ କାଶ୍ମୀରର ପୁଲୱାମା ଏନକାଉଣ୍ଟରରେ ସହିଦ ହୋଇଥିଲେ ଢେଙ୍କାନାଳ କାମାକ୍ଷାନଗରର ଅଜିତ ସାହୁ । ଅଜିତଙ୍କର ସହିଦ ହେବା ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବଡ଼ ବଡ଼ ନେତା ଶୋକପ୍ରକାଶ କରିଥିଲେ ।

ସୂଚନାଯୋଗ୍ୟ, ଗତ ୧୭ ତାରିଖରେ ପୁଲୱାମାରେ ଆତଙ୍କବାଦୀ ଆଇଇଡି ବିସ୍ଫୋରଣରେ ଓଡିଆ ଯବାନ ଅଜିତ୍ ସାହୁ ସହିଦ ହୋଇଥିଲେ । ତାଙ୍କ ପାର୍ଥିବ ଶରୀର ବୁଧବାର ଓଡିଶାରେ ପହଞ୍ଚିବ ବୋଲି ଜଣାପଡିଛି । ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିବା ପରେ ଜନ୍ମଭୂମି ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଳକ୍ ଅନ୍ତର୍ଗତ ବଡସୁଆଁଳ ଗ୍ରାମକୁ ନିଆଯିବ । ସେଠାରେ ତାଙ୍କ ଶେଷ ଦର୍ଶନ ପରେ ଶେଷକୃତ୍ୟ ସମ୍ପନ୍ନ ହେବ । ଏନେଇ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । 

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.