April 18, 2024

ପ୍ରଥମେ ମୋଦି ଏବଂ ପରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଲେ ନବୀନ ପଟ୍ଟନାୟକ

1 min read

ଆଓରି-ଭୁବନେଶ୍ଵର(୧୩/୦୫) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାରଙ୍କ ଦାବି ମୁତାବକ କେନ୍ଦ୍ର ସରକାର ସହଯୋଗ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ନବୀନ ।

ବାତ୍ୟା ସହାୟତା ନେଇ ପ୍ରଧାନମନ୍ତ୍ରୀଙ୍କ ପଦକ୍ଷେପକୁ ସ୍ୱାଗତ ଜଣାଇବା ସହ ପ୍ରଥମେ ମୋଦିଙ୍କୁ ଧନ୍ୟବାଦ ଜଣାଇଥିଲେ ନବୀନ । ପରେ କେନ୍ଦ୍ର ସରକାରଙ୍କ ନିକଟରେ ୧୦୦୦ କିଲୋଲିଟର କିରାସିନି ଦେବା ପାଇଁ ଦାବି କରିଥିଲେ । ନବୀନଙ୍କ ଏହି ଦାବିକୁ ମଧ୍ୟ କେନ୍ଦ୍ର ସରକାର ଗ୍ରହଣ କରିବା ସହ ଆଜି ଅଏଲ୍‌ ଇଣ୍ଡିଆ ପକ୍ଷରୁ ୩.୨ କୋଟି ଟଙ୍କା ଦିଆଯାଇଛି । ତେଣୁ ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଜଣାଇଛନ୍ତି ।

ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ କେନ୍ଦ୍ର ଅବହେଳା ନାରା ଦେଉଥିଲେ । କେନ୍ଦ୍ର ସରକାର ଓଡ଼ିଶାରେ ବିପର୍ଯ୍ୟୟ ବେଳେ ଛିଡ଼ା ହୋଇନଥିବା କଥା ମଧ୍ୟ କହୁଥିଲେ । ପ୍ରଚାର ସମୟରେ ନବୀନଙ୍କ ମୁଖ୍ୟ ମୁଦ୍ଦା ଥିଲା ଯେ, ଓଡ଼ିଶାର ଦୁଃଖ ବେଳେ ଏହି କେନ୍ଦ୍ର ସରକାର ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ଦେଖାଇଥିଲେ, କିନ୍ତୁ ଏବେ ନବୀନଙ୍କ ମୁଖା ଖୋଲିଯାଇଛି । ବାତ୍ୟା ଫୋନି ପୂର୍ବରୁ ପ୍ରଧାନମନ୍ତ୍ରୀ ଆଗୁଆ ୩୪୧ କୋଟି ଟଙ୍କା ଦେଇସାରିଥିବା ବେଳେ ପରେ ଆଉ ଏକ ହାଜାର କୋଟି ଟଙ୍କା ଦେଇଛନ୍ତି । ଖାଲି ସେତିକି ନୁହେଁ ଆଜି ଏକ ହଜାର କିଲୋଲିଟର କିରାସିନ ପାଇଁ ମଧ୍ୟ ମଞ୍ଜୁର କରିଛନ୍ତି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.