April 25, 2024

ରାହୁଲ ଗାନ୍ଧି ବାରମ୍ବାର ମିଛ କଥା କହି ସମସ୍ତଙ୍କୁ ନିରାଶ କରିଛନ୍ତି ; ଅରୁଣ ଜେଟଲୀ

1 min read
Arun-Jaitley-Aajira-Odisha

ଆଓରି-ନୂଆଦିଲ୍ଲୀ(୦୨/୦୧) : ସଂସଦରେ ଆଜି ରାଫେଲ ବିମାନ ପ୍ରସଙ୍ଗରେ ସରଗରମ ଆଲୋଚନା ହୋଇଛି । ରାଫେଲ ବିମାନ କିଣାରେ ବ୍ୟାପକ ଦୁର୍ନୀତି ହୋଇଥିବା ଓ ନିଜେ ପ୍ରଧାନମନ୍ତ୍ରୀ ଏଥିରେ ସଂପୃକ୍ତ ଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଅଭିଯୋଗ କରିବା ପରେ ତାହାର କଡା ଜବାବ ରଖିଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ । ସେ କହିଛନ୍ତି ଯେ ରାହୁଲ ଗାନ୍ଧି ମୂଳରୁ ଶେଷ ପର୍ଯ୍ୟନ୍ତ ଖାଲି ମିଛକଥା କହୁଛନ୍ତି । ରାହୁଲ ଗାନ୍ଧି ବାରମ୍ବାର ମିଛ କଥା କହି ସମସ୍ତଙ୍କୁ ନିରାଶ କରିଛନ୍ତି ।

ସୁପ୍ରିମ କୋର୍ଟ ଏସବୁ ପ୍ରସଙ୍ଗରେ ନିଜ ରାୟ ଦେଇ ସାରିବା ପରେ ରାହୁଲ ପୁଣି ସେହି କଥାକୁ ଉଠାଇବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି । ରାହୁଲ ଗାନ୍ଧି କହୁଛନ୍ତି ଯେ ୫୦୦ କୋଟିର ବିମାନ କିପରି ୧୬୦୦ କୋଟି ହୋଇଗଲା । କିନ୍ତୁ ପ୍ରକୃତ କଥା ହେଉଛି ସେ ଏକ ଲଢୁଆ ବିମାନ ବିଷୟରେ କିଛି ଜାଣନ୍ତି ନାହିଁ । ତାଙ୍କ ପରିବାର କେବଳ ପଇସାର ଭାଷା ବୁଝେ, କିନ୍ତୁ ଜାତୀୟ ସୁରକ୍ଷା କଥା ବୁଝନ୍ତି ନାହିଁ । ଗତ ଥର ସେ ଫ୍ରାନ୍ସର ରାଷ୍ଟ୍ରପତିଙ୍କୁ ଭେଟିଥିବା କଥା କହିଥିଲେ, କିନ୍ତୁ ତାହା ମିଛ ବୋଲି ପ୍ରମାଣିତ ହେବା ପରେ ହିଁ ସେ ସେହି ମିଛକୁ ଦୋହରେଇ ଚାଲିଛନ୍ତି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.