Fri. Aug 14th, 2020

ଚୌକିଦାର ଚୋର ହେ ନାରା ପାଇଁ ସୁପ୍ରିମକୋର୍ଟରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କଲେ ରାହୁଲ ଗାନ୍ଧୀ

1 min read

ଆଓରି-ନୂଆଦିଲ୍ଲୀ(୦୮/୦୫) : ଅଦାଲତ ଅବମାନନା ମାମଲାରେ ସୁପ୍ରିମକୋର୍ଟରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କଲେ ରାହୁଲ ଗାନ୍ଧୀ । ପୂର୍ବରୁ ରାହୁଲ କେବଳ ଦୁଃଖ ପ୍ରକାଶ କରିଥିଲେ । ରାହୁଲ କହିଥିଲେ ଭୁଲବଶତଃ ଚୌକିଦାର ଚୋର ହେ ନାରା  କୋର୍ଟଙ୍କ ଆଦେଶ ସହ ମିଶାଇ ସେ କହିଦେଇଥିଲେ । କିନ୍ତୁ ଏବେ ରାହୁଲ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି । ରାଫେଲ ମାମଲାରେ ଶୁଣାଣି ପରେ ରାହୁଲ କହିଥିଲେ ଯେ, ଏବେ କୋର୍ଟ ବି ମାନି ନେଇଛି ଚୌକିଦାର ଚୋର୍ ହେ ।

ତେବେ ରାହୁଲ ତିନି ଫର୍ଦ୍ଦ ବିଶିଷ୍ଟ ଏକ ହଲକନାମା ଦାଖଲ କରିବା ସହ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି । ଏବଂ ଏହି ମାମଲାକୁ ବନ୍ଦ କରାଯାଉ ବୋଲି ସେ ଗୁହାରି କରିଛନ୍ତି । ଏହା ପୂର୍ବରୁ ରାହୁଲ ଏପ୍ରିଲ ୨୨ରେ ସୁପ୍ରିମକୋର୍ଟରେ ନିଜ ବୟାନ ପାଇଁ ଦୁଃଖ ପ୍ରକାଶ କରିଥିଲେ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.