କଂଗ୍ରେସ CWC ବୈଠକର ନିଷ୍ପତ୍ତି: ଆହୁରି 6 ମାସ ପର୍ଯ୍ୟନ୍ତ ଦଳର ମଧ୍ୟବର୍ତ୍ତୀକାଳୀନ ସଭାପତି ରହିବେ ସୋନିଆ ଗାନ୍ଧୀ
1 min read
ଆଓରି-ନୂଆଦିଲ୍ଲୀ(୨୫/୦୮) : କଂଗ୍ରେସ CWC ବୈଠକର ନିଷ୍ପତ୍ତି। ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆହୁରି ୬ ମାସ ପର୍ଯ୍ୟନ୍ତ ଦଳର ମଧ୍ୟବର୍ତ୍ତୀକାଳୀନ ସଭାପତି ରହିବେ ସୋନିଆ ଗାନ୍ଧୀ । ଏ ନେଇ କଂଗ୍ରେସ ରେ ଏକ ପ୍ରେସ ବାର୍ତ୍ତା ଜାରି କରାଯିବ। କଂଗ୍ରେସରେ ନେତୃତ୍ୱ ସଙ୍କଟ ନେଇ ଆଜି କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲ୍ୟୁଡିସି) ବୈଠକ ଚାଲିଥିଲା। ଏହି ସମୟରେ ନେତୃତ୍ୱ ପ୍ରଶ୍ନ ଉପରେ ଏକ ଖୋଲା ଆଲୋଚନା ହୋଇଥିଲା। ଦଳର ମଧ୍ୟବର୍ତ୍ତୀକାଳୀନ ସଭାପତି ପଦରୁ ଇସ୍ତଫା ଦେବା କଥା କହିଥିଲେ ସୋନିଆ ଗାନ୍ଧୀ।
ଦଳର ସଭାପତି ଭାବରେ କାର୍ଯ୍ୟ କରିବାକୁ ଚାହୁଁ ନାହାଁନ୍ତି ବୋଲି କହିଥିଲେ। କିନ୍ତୁ ଏହି ପଦ ରଖିବାକୁ ଅନେକ ନେତା ତାଙ୍କୁ ନିବେଦନ କରିଥିଲେ।
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ଏ.କେ ଆଣ୍ଟୋନିଙ୍କ ସମେତ ଅନେକ ନେତା ସୋନିଆ ଗାନ୍ଧୀଙ୍କୁ ଏହି କାର୍ଯ୍ୟ ଜାରି ରଖିବାକୁ ନିବେଦନ କରିଥିଲେ। ତେବେ ଅନ୍ୟପଟେ ଆଜିର ବୈଠକରେ ଅନେକ ଯୁକ୍ତିତର୍କ ଦେଖିବାକୁ ମିଳିଥିଲା। ସର୍ଵ ପ୍ରଥମେ ରାହୁଲ ଗାନ୍ଧୀ ୨୩ଜଣ ଙ୍କ ଚିଠି ରଖିବା ପ୍ରସଙ୍ଗ ଉପରେ ବିଜେପି ଲିଙ୍କ କଥା କହିଥିଲେ। ଯାହାକୁ ନେଇ ଅନେକ ବରିଷ୍ଠ ନେତା ଅସନ୍ତୋଷ ବ୍ୟକ୍ତ କରିଥିଲେ। କପିଲ ଶିବଲ ଟୁଇଟ ମଧ୍ୟ କରିଥିଲେ। ରାହୁଲ ଙ୍କ ସହ କଥା ହେବାପରେ ସେ ନିଜର ଟୁଇଟ ହଟେଇଥିଲେ। ତେବେ ଯଦି ଏହା ମଧ୍ୟରେ ସୋନିଆ ଙ୍କ ଦାଇତ୍ୱ ଆହୁରି 6ମାସ ବୃଦ୍ଧି ହେଉଛି ଏହାକୁ ସେମାନେ କିପରି ଗ୍ରହଣ କରୁଛନ୍ତି ତାହା ଉପରେ ସମସ୍ତ ଙ୍କ ନଜର।