April 16, 2024

ଶିବରାଜ ସିଂହ ଚୌହ୍ୱାନଙ୍କୁ ସାକ୍ଷାତ କଲେ କଂଗ୍ରେସ ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ

1 min read
Jyotiraditya Scindia Meets Shivraj Singh Chouhan Aajira Odisha

ଆଓରି-ନୂଆଦିଲ୍ଲୀ(୨୨/୦୧) : ମଧ୍ୟପ୍ରଦେଶରେ ଜୋର ଧରିଛି ରାଜ୍ୟ ରାଜନୀତି । ସୋମବାର ରାତିରେ କଂଗ୍ରେସ ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନଙ୍କୁ ସାକ୍ଷାତ କରିଛନ୍ତି । ଉଭୟଙ୍କ ମଧ୍ୟରେ ପ୍ରାୟ ଅଧଘଣ୍ଟା କାଳ ରୁଦ୍ଧ ଦ୍ୱାର ବୈଠକ ହୋଇଥିଲା । ଏହାପରେ ରାଜ୍ୟ ରାଜନୀତିର ଉଷ୍ଣତା ବଢିବାରେ ଲାଗିଛି । ଜ୍ୟୋତିରାଦିତ୍ୟ ଚୌହ୍ୱାନଙ୍କର ଲିଙ୍କ୍ ରୋଡ ସ୍ଥିତ ଘରେ ତାଙ୍କୁ ସାକ୍ଷାତ କରିଛନ୍ତି ।

ଉଭୟ ନେତା ରାଜ୍ୟର ରାଜନୈତିକ ପରିସ୍ଥିତିଠାରୁ ଆରମ୍ଭ କରି ସରକାରଙ୍କ ବିଭିନ୍ନ କାର୍ଯ୍ୟ ଉପରେ ଆଲୋଚନା କରିଛନ୍ତି । ସେପଟେ ଏହି ସାକ୍ଷାତ ପରେ ସିନ୍ଧିଆ କହିଛନ୍ତି ଯେ ଏହା ଏକ ଶିଷ୍ଟାଚାରମୂଳକ ସାକ୍ଷାତ ଥିଲା ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.