April 20, 2024

ଦିଲ୍ଲୀରେ ସଦଗୁରୁ ନିଗମାନନ୍ଦ ଦେବଙ୍କ ୧୩୯ତମ ଜନ୍ମଦିବସ ପାଳିତ

1 min read
Delhi Saraswat Sangh

ଆଓରି-ନୂଆଦିଲ୍ଲୀ(୧୬|୮|୧୯) ସଦଗୁରୁ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ ସରସ୍ଵତୀ ପରମହଂସ ଦେବଙ୍କ ୧୩୯ତମ ଜନ୍ମୋତ୍ସବ ନୀଳାଚଳ ସାରସ୍ଵତ ସଂଘ, ପୁରୀ ଅନ୍ତର୍ଗତ ଦିଲ୍ଲୀ ସାରସ୍ଵତ ସଂଘରେ ବହୁ ଧୂମଧାମର ଗତକାଲି ପାଳିତ ହୋଇଯାଇଛି | ଗତକାଲି ବ୍ରାହ୍ମ ମୂହୁର୍ତ୍ତରୁ ପ୍ରତୀକ୍ଷା ଓ ଜାଗରଣ ସହିତ ଶ୍ରୀ ଶ୍ରୀ ଠାକୁରଙ୍କ ଷୋଡଶ ଉପଚାର ପୂଜା ଏବଂ ବିଶ୍ଵଶାନ୍ତି ନିମିତ୍ତ ପ୍ରାର୍ଥନା ପରେ ବିଭିନ୍ନ ଶାସ୍ତ୍ର ପାଠ କରଯାଇଥିଲା | ଦ୍ଵିତୀୟ ଅଧିବେଶନରେ, କିପରି ବିଶ୍ଵରେ ସର୍ବଦା ଶାନ୍ତି ଓ ସଦଭାବନା ରହିପାରିବ ଶ୍ରୀ ଶ୍ରୀ ଠାକୁରଙ୍କ ବାଣୀ ପାଠ କରି ଆଲୋକପାତ କରଯାଇଥିଲା| ପୃଥିବୀର ସମସ୍ତ କୋଣ ଅନୁକୋଣରେ ଆଜିର ଏହି ଦିନରେ ଶ୍ରୀ ଶ୍ରୀ ଠାକୁରଙ୍କ ବାଣୀ ଓ ତାଙ୍କୁ ଅନୁସରଣ କରି ତାଙ୍କର ଏହି ଶୁଭ ଜନ୍ମଦିବସ ପାଳିତ ହୋଇଥିବାର ଆମକୁ ଖବର ମିଳିଛି |

Delhi Saraswat Sangh

୭୩ତମ ସ୍ଵାଧୀନତା ଦିବସ ଅବସରରେ ସଂଘର କୁନିକୁନି ପିଲା ପିଲାମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ବକ୍ତୃତା ତଥା ପ୍ରବନ୍ଧ ଲେଖା ପ୍ରତିଯୋଗିତା ରଖଯାଇଥିଲା ଏବଂ ବିଜେତାମାନେ ଶ୍ରୀ ଶ୍ରୀ ଠାକୁରଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥିଲେ | କଟକ ସଂଘର ସଭ୍ୟ ତଥା ନୀଳାଚଳ ସାରସ୍ଵତ ସଂଘର ପ୍ରକାଶନ ବିଭାଗ ସଭ୍ୟ ଶ୍ରୀ ରମାକାନ୍ତ ଜେନା ମୂଲ୍ୟାଙ୍କନ କରିଥିଲେ| ଦିଲ୍ଲୀ ସାରସ୍ଵତ ସଂଘ ତରଫରୁ ପ୍ରତି ବର୍ଷ ଭଳି ଏକ ବିଶାଳ ଭଣ୍ଡାରାର ଛତରପୁର ମେନ ରୋଡରେ ଆୟୋଜନ କରଯାଇଥିଲା, ପ୍ରାୟ ୧୫୦୦ ଉର୍ଦ୍ଧ୍ଵ ଲୋକମାନେ ପ୍ରସାଦ ପାଇଥିଲେ |

୨୦୨୫ ସୁଦ୍ଧା ଭାରତ ବର୍ଷ ଯକ୍ଷ୍ମା ରୋଗ ମୁକ୍ତ ହେବ; ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ପଦକ୍ଷେପକୁ ଭଦ୍ରକରୁ ସାଇକେଲ ଯୋଗେ ଦେଶବ୍ୟାପୀ ସଚେତନତା ବାର୍ତ୍ତା ପହଞ୍ଚାଉଥିବା ଶ୍ରୀ ତ୍ରିଲୋଚନ ମହାଲିକଙ୍କୁ ସଂଘ ତରଫରୁ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା କରାଯାଇଇଥିଲା| ଦିଲ୍ଲୀ ସାରସ୍ଵତ ସଂଘ ପ୍ରାଙ୍ଗଣରେ ଦେଶର ୭୩ତମ ସ୍ଵାଧୀନତା ଦିବସ ମଧ୍ୟ ପାଳନ କରଯାଇଥିଲା | ସଂଘର ଶୁଭେଛୁ ତଥା ଦିଲ୍ଲୀର ବିଶିଷ୍ଟ ସାମ୍ବାଦିକ ଶ୍ରୀ ନିଗମାନନ୍ଦ ପୃଷ୍ଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ |

Delhi Saraswat Sangh

ସଭାପତି ଶ୍ରୀ ଦୁର୍ଯୋଧନ ପ୍ରଧାନ ଉତ୍ସବର ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ ଏବଂ ସମ୍ପାଦକ ଶ୍ରୀ ସଂଗ୍ରାମ ଧର ସଂଘ ତରଫରୁ ହୋଇଥିବା ଜ୍ଞାତ ଅଜ୍ଞାତ ତ୍ରୁଟି ବିଚ୍ୟୁତି ପାଇଁ କ୍ଷମା ପ୍ରାର୍ଥନା କରିଥିଲେ ଓ ବହୁ ସଂଖ୍ୟାରେ ଯୋଗ ଦେଇ ଥିବାରୁ  ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ | ଏହି ଉତ୍ସବରେ ପ୍ରାୟ ୫୦୦ରୁ ଊର୍ଦ୍ଧ୍ଵ ଦର୍ଶକ ଏବଂ ଭକ୍ତ ଉପସ୍ଥିତ ଥିଲେ |

ଉଲ୍ଲେଖଯୋଗ୍ୟ, ଉତ୍କଳରେ ଶ୍ରୀ ଶ୍ରୀ ଠାକୁରଙ୍କ ଭାବଧାରା ପ୍ରଚାର ପ୍ରସାର ପାଇଁ ୧୯୩୪ ମସିହା ତାଙ୍କ ଶୁଭ ଜନ୍ମ ଦିନରେ ଏହି ନୀଳାଚଳ ସାରସ୍ଵତ ସଂଘର ପ୍ରତିଷ୍ଠା କରିଥିଲେ | କିନ୍ତୁ ବର୍ତ୍ତମାନ ନୀଳାଚଳ ସାରସ୍ଵତ ସଂଘ କେବଳ ଓଡିଶା ନୁହେଁ ଦେଶର ପ୍ରାୟ ସମସ୍ତ ରାଜ୍ୟରେ ନିଜର ଶାଖାସଂଘ ସହିତ ବିଦେଶରେ ମଧ୍ୟ ୪ଟି ଦେଶରେ ଅବସ୍ଥିତ |

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.