April 16, 2024

ଓଡ଼ିଶା ଚାଷୀମାନଙ୍କର ବକେୟା ରାଶି ପ୍ରଦାନକୁ ତ୍ୱରାନିତ କରିବା ପାଇଁ ପୀୟୁଷ ଗୋୟେଲଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

1 min read
Aajira-Odisha

ଆଓରି-ନୂଆଦିଲ୍ଲୀ(୩୧/୭) : ରାଜ୍ୟ ଚାଷୀଙ୍କୁ ଫସଲ ବୀମା ରାଶି ପ୍ରଦାନ ପ୍ରସଙ୍ଗରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ପୀୟୁଷ ଗୋୟେଲଙ୍କୁ ଭେଟିଲେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ତଥା କୌଶଳ ବିକାସ ଓ ଦକ୍ଷତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । “ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା”ରେ ଓଡ଼ିଶାର ଚାଷୀମାନଙ୍କର ବକେୟା ରାଶି ପ୍ରଦାନକୁ ତ୍ୱରାନିତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲଙ୍କ ସହ ସମୀକ୍ଷା କରିଛନ୍ତି । ଆସନ୍ତା ୨୦ରୁ ୨୫ ଦିନ ମଧ୍ୟରେ ଏହି ରାଶି ପ୍ରଦାନ କରାଯିବ । ଏହି ଫସଲ ବୀମା ଅର୍ଥ ବଣ୍ଟନ କରିବା ପାଇଁ ଦୁଇଟି ରାଷ୍ଟ୍ରାୟତ କମ୍ପାନୀ ଓ ଦୁଇଟି ଘରୋଇ କମ୍ପାନୀକୁ କାମ ଦିଆ ଯାଇଥିଲା । କେନ୍ଦ୍ର ଓ ରାଜ୍ୟ ସରକାର ପ୍ରମିୟମ୍ ଦେଇଥିଲେ ମଧ୍ୟ ଫସଲ କଟା ପରେ କିଛି ସମନ୍ୱୟ ଅଭାବରୁ ଚାଷୀମାନଙ୍କୁ ଫସଲ ବୀମା ମିଳି ପାରିନାହିଁ ବୋଲି ବୈଠକ ପରେ ଶ୍ରୀ ପ୍ରଧାନ କହିଛନ୍ତି ।

ଏଗ୍ରିକଲଚରାଲ ଇନ୍ସ୍ୟୁରାନ୍ସ କମ୍ପାନୀକୁ ୧୫୬ କୋଟି ଟଙ୍କା ପ୍ରଦାନ କରିବାକୁ ଥିବାବେଳେ କମ୍ପାନୀ ସେଥିମଧ୍ୟରୁ ୧୫୪ କୋଟି ଟଙ୍କା ପ୍ରଦାନ କରିଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ । ସେହିପରି ନ୍ୟାସନାଲ ଇନ୍ସ୍ୟୁରାନ୍ସ କମ୍ପାନୀ ଉପରେ ମୋଟ ରାଶି ୭୯୮ କୋଟି ଟଙ୍କା ଦେବାକୁ ଥିବାବେଳେ ସେଥି ମଧ୍ୟରୁ ୧୯୯.୯ କୋଟି ଟଙ୍କା ପ୍ରଦାନ କରାଯାଇଛି । ଖରିଫ- ୨୦୧୭ ପାଇଁ ଦିଆଯିବାକୁ ଥିବା ୩୫୨ କୋଟି ଟଙ୍କା ପ୍ରଦାନ ପାଇଁ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ରହିଛି । ଖୁବ ଶୀଘ୍ର ଏହା ପ୍ରଦାନ କରାଯିବ ବୋଲି ସୁଚନା ମିଳିଛି । ସେହିପରି ବଳକା ଥିବା ୧୭୩ କୋଟି ଟଙ୍କାର ବୀମା ରାଶି ପ୍ରଦାନ ଚାଷୀମାନଙ୍କୁ ପ୍ରଦାନ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

 

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.