April 20, 2024

ମେକ ଇନ ଇଣ୍ଡିଆ ଯୋଜନା ଦ୍ଵାରା ଦେଶକୁ ବିଶ୍ଵ କୌଶଳ ରାଜଧାନୀ ଭାବେ ଗଢିବାକୁ ଚାହୁଁଛନ୍ତି ; ଧର୍ମେନ୍ଦ୍ର ପ୍ରଧାନ

1 min read
Dharmendra-Pradhan-Aajira-Odisha

ଆଓରି-ନୂଆଦିଲ୍ଲୀ(୨/୮) : କୌଶଳ ଭାରତ, ପର୍ଯ୍ୟ।ବରଣ ମନ୍ତ୍ରାଳୟ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ମଧ୍ୟରେ ବୁଧବାର ଦିନ ନୂଆଦିଲ୍ଲୀ ଠାରେ ଏକ ବୁଝାମଣା ହୋଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ତଥା କୌଶଳ ବିକାସ ଓ ଦକ୍ଷତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ କେନ୍ଦ୍ର ଓ ସାଂସ୍କୃତିକ ମନ୍ତ୍ରାଳୟ ଡ॰ମହେଶ ଶର୍ମା , ବିଜ୍ଞାନ ଏବଂ କୌଶଳ ମନ୍ତ୍ରାଳୟ ଡ॰ହର୍ଷବର୍ଧନ ଯୋଗ ଦେଇ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଅନ୍ତର୍ଗତ ଏସି କାରିଗରଙ୍କର ପୂର୍ବ ଅନୁଭୂତିକୁ ମାନ୍ୟତା ଦେବା ସହ ଆଧୁନିକ କୌଶଳରେ କୁଶଳତା ବଢାଇବା ପାଇଁ ପଦକ୍ଷପ ନେଇଛନ୍ତି |

ଏହି ବୁଝାମଣା ଦ୍ଵାରା ଆସନ୍ତା ସମୟରେ ୪୦କୋଟି ନିବେଶ କରାଯାଇ  ନୂତନ କୌଶଳ ମଧ୍ୟମରେ ୧ଲକ୍ଷ ଏସି କାରିଗରଙ୍କୁ ଦକ୍ଷ ଏବଂ ପଞ୍ଜୀକୃତ କରାଯିବ |ଏହି ଉଚ୍ଚ କୌଶଳ କାରିଗର ଦକ୍ଷତା ଏବଂ ଗୁଣବତା ସହିତ ଉଦ୍ଯୋଗ ମାନଙ୍କୁ ଲାଭାନ୍ଵିତ କରାଇପାରିବେ | ଏହି କାର୍ଯ୍ୟକ୍ରମ ଦ୍ଵାରା ଫ୍ରିଜ ଓ ଏସି ରିପେୟାର କାରିଗର ମାନେ ରୋଜଗାରକ୍ଷମ ହେବା ସହିତ ଉଚିତ ଉପକରଣ ବ୍ୟବହାର କରି ପର୍ଯ୍ୟ।ବରଣ ସଂରକ୍ଷଣ ପାଇଁ ଯୋଗଦାନ କରିପାରିବେ |

ମୋଦୀଙ୍କ ଲକ୍ଷ ଅନୁସାରେ ଦେଶର କୌଶଳ କାରିଗର ମାନଙ୍କ ସଂଖ୍ୟା ବୃଦ୍ଧି କରାଇବା ସହିତ ମେକ ଇନ ଇଣ୍ଡିଆ ଯୋଜନା ଦ୍ଵାରା ଦେଶକୁ ବିଶ୍ଵର କୌଶଳ ରାଜଧାନୀ ଭାବେ ଗଢିବାକୁ ଚାହୁଁଛନ୍ତି | ପ୍ରଧାନମନ୍ତ୍ରୀଙ୍କର ଏହି ମିଶନକୁ ବାସ୍ତବାତରେ ପରିଣତ କରାଇବା ଆମର ଲକ୍ଷ ବୋଲି ଶ୍ରୀ ପ୍ରଧାନ କହିଛନ୍ତି |

 

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.