April 16, 2024

ଜାପାନରେ ଭୂକମ୍ପ

1 min read

ଆଜିର ଓଡିଶା (ତା୯|୪)-

ଜାପାନର ପଶ୍ଚିମ ଭାଗରେ ସୋମବାର ଏକ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୬ ରହିଥିଲା। ଏହି ଭୂକମ୍ପ ଫଳରେ କିଛି ଘର କ୍ଷତିଗ୍ରସ୍ତ ହେବା ସହ ରାସ୍ତାରେ ଫାଟ ସୃଷ୍ଟି ହୋଇଛି। ଏଥିରେ ୫ଜଣ ଆହତ ହୋଇଥିବା ସୂଚନା ମିଳିଛି। ଆଗାମୀ ଦିନରେ ଏଠାରେ ଆହୁରି ଭୂକମ୍ପ ହେବାର ଆଶଙ୍କା କରି ଲୋକମାନଙ୍କୁ ସତର୍କ କରିଦିଆଯାଇଛି। ଆମେରିକା ସଂଯୁକ୍ତ ରାଜ୍ୟ ଭୂବିଜ୍ଞାନ ସର୍ବେକ୍ଷଣ ସଂସ୍ଥା ଉକ୍ତ ଭୂକମ୍ପର ତୀବ୍ରତା ୫.୬ ଥିବା କହିଥିବା ବେଳେ ଜାପାନ ଭୂକମ୍ପ ଏଜେନ୍ସି ଏହାର ତୀବ୍ରତା ୬.୧ ବୋଲି ପ୍ରକାଶ କରିଛି। ଭୂକମ୍ପ ହିରୋଶିମାରୁ ୯୬ କିଲୋମିଟର ଦୂର ହୋନସୁ ଦ୍ୱୀପରେ ସବୁଠାରୁ ଅଧିକ ଅନୁଭୂତ ହୋଇଥିଲା। ସୂଚନାଯୋଗ୍ୟ, ସ୍ଥାନୀୟ ସମୟ ଅନୁଯାୟୀ ରାତି ପ୍ରାୟ ୧ଟା ୩୨ ମିନିଟ ସମୟରେ ଉକ୍ତ ଭୂକମ୍ପ ହୋଇଥିବା କୁହାଯାଉଛି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.