April 19, 2024

ମାର୍ଚ୍ଚ ୨୦୨୦ ସୁଦ୍ଧା ଦିଲ୍ଲୀରେ ଚାଲିବ ଇଲେକ୍ଟ୍ରିକ ବସ

1 min read

ଆଓରି-ନୂଆଦିଲ୍ଲୀ(୦୮/୦୬): ଦିଲ୍ଲୀ ସଡ଼କରେ ଇଲେକ୍ଟ୍ରିକ ବସର ଯାତ୍ରାର ଯୋଜନା ଏକ ବର୍ଷ ବିଳମ୍ବରେ ଚାଲିଛି | ଦିଲ୍ଲୀ ସରକାରଙ୍କ ବଜେଟ ରିପୋର୍ଟ ମୁତାବକ ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ଦିଲ୍ଲୀ ରାସ୍ତାରେ ଇଲେକ୍ଟ୍ରିକ ବସ ଗଡିବ | ବିଳମ୍ବ ହେଵା ପଛରେ ଲୋକସଭା ନିର୍ବାଚନ ପାଇଁ ଲାଗୁ ହୋଇଥିବା ଆଚାର ସଂହିତା ବି କାରଣ ହୋଇଥିବାର ଜଣାପଡିଛି |

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡ଼ିଆଙ୍କ ଦ୍ୱାରା ଜାରି କରାଯାଇଥିବା ଆଉଟକମ ରିପୋର୍ଟରେ ଦର୍ଶାଯାଇଛି ଯେ ଦିଲ୍ଲୀ ପାଇଁ କିଣାହେବାକୁ ଥିବା ୧ହଜାର ବସ ମଧ୍ୟରୁ ୩୮୫ ବସର ଟେଣ୍ଡର ପ୍ରକ୍ରିୟା ସରିଥିଲା | ପରେ ଲୋକସଭା ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଯାଇଥିଲା | ଯାହାଫଳରେ ଅନ୍ୟ ବସ ଗୁଡିକ ପାଇଁ ଟେଣ୍ଡର ପ୍ରକ୍ରିୟା ସ୍ଥଗିତ ରଖିବାକୁ ପଡିଥିଲା |

ତେଣୁ ବାକି ଥିବା ବସ ପାଇଁ ଜୁଲାଇ ୧୦ ତାରିଖରେ ଟେଣ୍ଡର ପାଇଁ ବିଜ୍ଞପ୍ତି ପ୍ରକାଶ କରାଯିବ | ପ୍ରଥମ ପର୍ଯାୟରେ ୩୮ଟି ବସ ଅଣାଯିବାକୁ ଥିବାବେଳେ ଏହା ପରେ ୨୪୦ଟି ବସ ଅଣାଯିବ | ବସ କିଣିବା ପ୍ରକ୍ରିୟା ୨୦୧୯ ନଭେମ୍ବର ରୁ ଫେବୃୟାରୀ ୨୦୨୦ ମଧ୍ୟରେ ସରିବ |

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.