April 19, 2024

‘ଫନି’ର ପ୍ରଭାବରେ ୫ଜଣଙ୍କ ମୃତ୍ୟୁ

1 min read

ଆଓରି-ଭୁବନେଶ୍ଵର(୦୩/୦୫) : ସାମୁଦ୍ରିକ ଝଡ ଫୋନି ଲ୍ୟାଣ୍ଡଫଲ କରିବା ପରେ ବର୍ଷା ସାଙ୍ଗକୁ ପ୍ରବଳ ମାତ୍ରାରେ ପବନ ବହୁଛି । ରାସ୍ତା ଘାଟରେ ଗଛ ଭାଙ୍ଗି ପଡ଼ିବା ସହ ବିଦ୍ୟୁତଖୁଣ୍ଟ ମଧ୍ୟ ଭାଙ୍ଗି ପଡ଼ିଛି । ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ଜନଜୀବନ ପ୍ରଭାବିତ ହୋଇଛି । ସୂଚନାନୁସାରେ, ଫୋନିର ପ୍ରଭାବରେ ରାଜ୍ୟରେ ୫ ଜଣଙ୍କ ମୃତ୍ୟୁ ହୋଇଛି ।

ନୟାଗଡ଼ ଜିଲ୍ଲାର ଦଶପଲ୍ଲା ଅଞ୍ଚଳରେ କାନ୍ଥ ପଡ଼ିଯିବାରୁ ସୁଷମା ପରିଡା ନାମକ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି । ଏହା ପୂର୍ବରୁ ପୁରୀ ସହରରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ କେନ୍ଦ୍ରାପଡ଼ା ଜିଲ୍ଲାରେ ରାଜନଗର ବ୍ଳକ ଅଞ୍ଚଳରେ ଜଣେ ବୃଦ୍ଧା ଓ ସାକ୍ଷୀଗୋପାଳରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।ସେହିପରି ରାଜନଗର ବ୍ଲକ ଅନ୍ତର୍ଗତ ଗୁପ୍ତି ପଞ୍ଚାୟତର ଗରତରିଆ ଗାଁର ଜଣେ ମହିଳା ଉଷା ବୈଦ୍ୟଙ୍କର ମୃତ୍ୟୁ ହୋଇଛି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.