ଅସ୍ଥାୟୀ ସରକାରୀ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ସହ ସ୍ଥାୟୀ ଦରମା ଦିଆଯିବ : ଧର୍ମେନ୍ଦ୍ର ପ୍ରଧାନ

Union-Minister-Dharmendra-Pradhan-In-subarnapur-Aajira-Odisha

ଆଓରି-ଭୁବନେଶ୍ଵର(୦୬/୦୪) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋନପୁରରେ ବିଜୟ ସଂକଳ୍ପ ସଭାରେ ଯୋଗ ଦେଇ  ବିଜେଡି-କଂଗ୍ରେସ ଉପରେ ଖୁବ ବର୍ଷିଛନ୍ତି । ଏହାସହ ଗରିବ ଫସଲ ବୁଣିବାର କାମ କରୁଛନ୍ତି ଏହି ଦୁଇ ଦଳ ବୋଲି ଅଭିଯୋଗ କରିଥିଲେ ମୋଦି । ଏହାସହ ଆସନ୍ତା ନିର୍ବାଚନରେ ଦିଲ୍ଲୀ ସହ ଓଡ଼ିଶାରେ ମୋଦିଙ୍କ ଡବଲ ଇଞ୍ଜିନ ସରକାର ପାଇଁ ମଧ୍ୟ ଆହ୍ୱାନ କରିଥିଲେ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ କିଛି ବଡ଼ ଘୋଷଣା କରିଛନ୍ତି । ଭାରତୀୟ ଜନତା ପାର୍ଟିର ସରକାର କେନ୍ଦ୍ର ଓ ଓଡିଶାରେ ହେଲେ କାମ କରୁଥିବା ଅସ୍ଥାୟୀ ସରକାରୀ କର୍ମଚାରୀ ଯଥା ହୋମଗାର୍ଡ, ପାରାଟିଚର, ପଂଚାୟତ ରୋଜଗାର ସହାୟକଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ସହ ସ୍ଥାୟୀ ଦରମା ମଧ୍ୟ ଦିଆଯିବ ।

କେବିକେ ଅଂଚଳର ବିକାଶ କରାଯିବ ଏବଂ ଗରିବଙ୍କ ଚିକିତ୍ସା ସୁବିଧା ଦେବା ପାଇଁ ଏମଏସ ଭଳି ଅତ୍ୟାଧୁନିକ ମେଡିକାଲ ତିଆରି ଦିଆଯିବ । ୫ ବର୍ଷରେ ୧ ଲକ୍ଷ କୋଟି ଟଙ୍କା ଜଳସେଚନ ପାଇଁ ବ୍ୟବସ୍ଥା କରାଯିବା ସହ ଯୁବକଙ୍କ ରୋଜଗାର ଏବଂ ସ୍ୱରୋଜଗାର ପାଇଁ ବ୍ୟାପକ ବ୍ୟବସ୍ଥା କରାଯିବ ବୋଲି ସୁବର୍ଣ୍ଣପୁର ଜିଲ୍ଲା ସୋନପୁରରେ ଆୟୋଜିତ ବିଜୟ ସଂକଳ୍ପ ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଛନ୍ତି । ପୂର୍ବରୁ ବିଜେପି ସରକାରକୁ ଆସିଲେ ଅଙ୍ଗନବାଡୀ କର୍ମୀଙ୍କୁ ମାସିକ ୧୫ ହଜାର ଟଙ୍କା ଦରମା ମିଳିବ ବୋଲି ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଥିଲେ ।

ସୁବର୍ଣ୍ଣପୁର ଜିଲ୍ଲାରେ ପିଇବା ପାଣି ପାଇପରେ ଆସୁନାହିଁ, ୨୪ ଘଂଟା ବିଜୁଳି ନାହିଁ, ଡାକ୍ତର ନାହାନ୍ତି, ଶିକ୍ଷକ ନାହାନ୍ତି, ଜଳ ସେଚନର ସୁବିଧା ନାହିଁ, ରୋଜଗାର ପାଇଁ ଯୁବକ ପଳାୟନ କରୁଛି, ଚାଷୀ ଉତ୍ପାଦିତ ଜନିଷର ସଠିକ୍ ମୂଲ୍ୟ ମିଳୁନାହିଁ । ଏହି ଅଂଚଳରେ ବିନା ପିସି କାରବାରରେ ସରକାରୀ କାମ ହୁଏ ନାହିଁ । ଅପାରଗ, ସ୍ଥାଣୁ, ଦୁର୍ନୀତିଗ୍ରସ୍ତ ସରକାର ଆଜି ରାଜ୍ୟର ଶାସନ ଦାୟିତ୍ୱରେ ଅଛି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସଂକରା ଗ୍ରାମର ୩୬ ବର୍ଷୀୟ ରବି ନାଇକ ଦାଦନ ଖଟିବାକୁ ବାହାରକୁ ଯାଇଥିବା ବେଳେ ଯୁବକର ବାପା ଥାନାର ଦ୍ୱାରସ୍ଥ ହୋଇଛି । ପୁଅର ମୁକ୍ତି ପାଇଁ ବାପା ଥାନାପିଣ୍ଡାରେ ପହଁଚିଥିବା ବେଳେ ଏଥିରେ ମୁଖ୍ୟମନ୍ତ୍ରୀ ଓଡିଶାରେ ୧୯ ବର୍ଷର ଶାସନ ବ୍ୟବସ୍ଥା କଥା କହୁଛନ୍ତି । ସେହିପରି ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ରୋଜଗାର ଯୋଜନାରେ ୧୦୦ ଦିନର କାମ ଦେବା ପାଇଁ ନିୟମ ଥିବା ବେଳେ ଜିଲ୍ଲାରେ ମାତ୍ର ୨୧ ଦିନର କାମ ଦିଆଯାଇଛି । ବିନିକା ଏନଏସିର ମଥୁର ହାତୀକୁ ଆବାସ ଯୋଜନା ଯୋଗ୍ୟତା ସତ୍ୱେ ମିଳିନଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି ।