ଭାଜପାରେ ଯୋଗ ଦେଲେ ଆମ ଆଦମୀ ପାର୍ଟି ନେତା କପିଳ ମିଶ୍ରା
1 min readଆଓରି-ନୂଆଦିଲ୍ଲୀ(୧୭/୦୮) : ପୂର୍ବତନ ଆମ ଆଦମୀ ପାର୍ଟି(ଏଏପି) ନେତା କପିଳ ମିଶ୍ରା ଶନିବାର ମନୋଜ ତିୱାରୀ ଓ ବିଜୟ ଗୋଏଲଙ୍କ ଉପସ୍ଥିତିରେ ଭାଜପାରେ ଯୋଗ ଦେଇଛନ୍ତି । ସୂଚନାଯୋଗ୍ୟ, ପୂର୍ବରୁ ଏଏପିର ଏହି ବିଦ୍ରୋହୀ ନେତା ନିଜ ରାଜନୀତି କ୍ୟାରିୟରକୁ ନେଇ କୋର୍ଟର ଦ୍ୱାରସ୍ଥ ହୋଇଥିବା ବେଳେ ଏପର୍ଯ୍ୟନ୍ତ ଏହାର ସମାଧାନ ହୋଇ ପାରିଲା ନାହିଁ। ତେଣୁ ଶେଷରେ ସେ ଭାଜପାରେ ଯୋଗ ଦେଇଥିବା ରାଜନୈତୀକ ମହଲରେ ଆଲୋଚନା ହେଉଛି।