April 18, 2024

ଘରକୁ ବାହୁଡିଲେ ପୂର୍ବତନ ବିଜେପି ନେତା ବିଜୟ ମହାପାତ୍ର

1 min read
Bijay-Mohapatra-Joined-BJP-Aajira-Odisha

ଆଓରି-ଭୁବନେଶ୍ଵର(୨୮/୦୩) : ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର ପୁଣି ବିଜେପିକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ବିଜୟ ବିଜେପିରେ ଯୋଗଦେବେ ବୋଲି ଅନେକ ଦିନ ଧରି ଚର୍ଚ୍ଚା ଚାଲିଥିଲା । ତେବେ ଆଜି ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ ସକାଳୁ ବିଜୟଙ୍କ ବାସଭବନରେ ପହଞ୍ଚିଥିଲେ । ଅରୁଣ ସିଂହଙ୍କ ସହ ବିଜେପି ରାଷ୍ଟ୍ରୀ ଉପସଭାପତି ବୈଜୟନ୍ତ ପଣ୍ଡା ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ । ବିଜୟଙ୍କୁ ଉଭୟ ବୁଝାସୁଝା କରି ଦଳକୁ ଫେରାଇ ଆଣିଛନ୍ତି ।

ଏହି ଅବସରରେ ବିଜୟ କହିଛନ୍ତି ଯେ, ସେ କେଉଁ ଆସନରୁ ପ୍ରାର୍ଥୀ ହେବ ତାହା ଦଳ ନିଷ୍ପତ୍ତି ନେବ । ଅନ୍ୟପଟେ ବୈଜୟନ୍ତ କହିଛନ୍ତି ଯେ, ସବୁ ପୁରୁଣା ରାଗ-ଋଷା ଭୁଲି ଆଗକୁ କିଭଳି ଓଡ଼ିଶାର ବିକାଶ ହେବ ସେଥିପାଇଁ କାମ କରିବା । ଏହା ସହ ଓଡ଼ିଶାରେ କିଭଳି ପରିବର୍ତ୍ତନ ଅଣାଯିବ ସେ ଦିଗରେ କାମ କରିବାକୁ ସମସ୍ତେ ଏକାଠି ହୋଇଛନ୍ତି । ରାଜ୍ୟରେ ଚାଲିଥିବା ଦୁର୍ନୀତିଖୋର ସରକାର ବିରୋଧରେ ସମସ୍ତେ ମିଳିମିଶି ଲଢିବା ବୋଲି ବୈଜୟନ୍ତ କହିଛନ୍ତି ।

ବିଜୟ ମହାପାତ୍ର ଦୀର୍ଘ ଦିନ ଧରି ବିଜେପିରେ କଣଠେସା ହୋଇ ରହିବା ପରେ ଦଳ ପ୍ରତି ଅଭିମାନ କରି ବିଜେପିରୁ ଇସ୍ତଫା ଦେଇଥିଲେ । ବିଜୟ ମହାପାତ୍ର ଏବଂ ଦିଲ୍ଲୀପ ରାୟ ଉଭୟ ଗତ ନଭେମ୍ବର ୩୦ରେ ଗୋଟିଏ ଇସ୍ତଫା ପତ୍ରରେ ଦସ୍ତଖତ କରି ମୁଖିଆଙ୍କ ନିକଟକୁ ଇସ୍ତଫା ପଠାଇଥିଲେ । ତେବେ ଆଜି ସୁଦ୍ଧା ଦଳ ବିଜୟଙ୍କ ଇସ୍ତଫା ଗ୍ରହଣ କରିନଥିଲେ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.