April 16, 2024

ପୂର୍ବତନ ବିଧାୟକ ରାଜକିଶୋର ପ୍ରଧାନଙ୍କ ପରଲୋକ ; ଟ୍ରେନରୁ ଖସିପଡି ମୃତ୍ୟୁ

1 min read
Rajkishor-Pradhan-Aajira-Odisha

ଆଓରି-ଭୁବନେଶ୍ଵର(୧୦/୧୨) : ଅନୁଗୋଳ ଜିଲା ଆଠମଲିକ ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରାଜକିଶୋର ପ୍ରଧାନଙ୍କ ସୋମବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କ ୮୦ ବର୍ଷ ହୋଇଥିଲା। ସେ ଅନୁଗୋଳସ୍ଥିତ ତାଙ୍କ ବଡ ପୁଅଙ୍କ ବାସଭବନରେ ରହୁଥିଲେ। ରବିବାର ଦିନ ଅପରାହ୍ନରେ ସେ ଏକ ଟ୍ରେନ ଯୋଗେ ପୁରୀ ଅଭିମୁଖେ ଯାଉଥିବାବେଳେ ବଅଁରପାଳ ନିକଟସ୍ଥ ବଳରାମପ୍ରସାଦ ନିକଟରେ ଭାରସାମ୍ୟ ହରାଇ ଟ୍ରେନରୁ ଖସିପଡିଥିଲେ।

ସୋମବାର ସକାଳେ ବଳରାମପ୍ରସାଦ ରେଳଧାରଣାରେ ନିକଟରେ ତାଙ୍କର ଶବ ପଡିଥିବା ଅଞ୍ଚଳବାସୀ ଦେଖି ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେ ଆଠମଲିକର ଥରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଉତ୍କଳ କଂଗ୍ରେସ ପକ୍ଷରୁ ୨୩/୩/୧୯୭୧ରୁ ୩/୩/୧୭୭୩ ପର୍ଯ୍ୟନ୍ତ ଆଠମଲିକ ବିଧାୟକ ଭାବେ କାର୍ଯ୍ୟ କରିଥିଲେ। ରାଜକିଶୋରଙ୍କ ମୃତ୍ୟୁ ଖବର ପ୍ରଚାର ହେବାମାତ୍ରେ ତାଙ୍କ ବାସଭବନ ପାଇକ ସାହି ଓ ଆଠମଲିକ ଉପକଣ୍ଠରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ପରଲୋକକୁ ନେଇ ଆଠମଲିକ ବିଧାୟକ ସଞ୍ଜିବ ସାହୁ, ଭାଜପା ଜିଲା ସଭାପତି ଭାଗିିରଥୀ ପ୍ରଧାନ ଶୋକ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.