ଆମେରିକାର ପୂର୍ବତନ ରାଷ୍ଟ୍ରପତି ବୁଶଙ୍କର ଦେହାନ୍ତ
1 min readଆଓରି-ନୂଆଦିଲ୍ଲୀ ବ୍ୟୁରୋ(୦୧/୧୨) : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ହର୍ବର୍ଟ ୱାକର ବୁଶଙ୍କର ଦେହାନ୍ତ । ୯୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ବୁଶ ଆମେରିକାର ରାଷ୍ଟ୍ରପତି ଥିବା ବେଳେ ଶୀତଳ ଯୁଦ୍ଧକୁ ଶେଷ କରିବାରେ ପ୍ରମୁଖ ଭୁମିକା ଗ୍ରହଣ କରିଥିଲେ । ଏହାସହିତ କୁଏତରୁ ଇରାକୀ ସେନା ହଟାଇବାରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ । ପ୍ରାୟ ୩୦ ବର୍ଷ ଧରି ସେ ରାଜନୀତିରେ ଥିଲେ । ତାଙ୍କର ପୁଅ ଜର୍ଜ ଡବ୍ଲୁ ବୁଶ ମଧ୍ୟ ଆମେରିକାର ରାଷ୍ଟ୍ରପତି ଭାବେ ଦାୟିତ୍ୱ ତୁଲାଇଛନ୍ତି । ତାଙ୍କ ମୃତ୍ୟୁ ସମ୍ପର୍କିତ ସୂଚନା ତାଙ୍କ ପୁଅ ଡବ୍ଲୁ ବୁଶ ସୂଚନା ଦେଇଛନ୍ତି।
ହର୍ବର୍ଟ ବୁଶ୍ ୧୯୮୯ରୁ ୧୯୯୩ ପର୍ୟ୍ୟନ୍ତ ଆମେରିକାର ରାଷ୍ଟ୍ରପତି ଥିଲେ । କିଛିମାସ ପୂର୍ବରୁ ବୁଶଙ୍କର ପତ୍ନୀ ବାରବରାଙ୍କର ମୃତ୍ୟୁ ହୋଇଥିଲା । ଏପ୍ରିଲ ମାସରୁ ବୁଶ ଆଇସିୟୁରେ ଥିଲେ । ଦେଶର ୪୧ତମ ରାଷ୍ଟ୍ରପତି ସିନିୟର ବୁଶ ଥିଲେ କନେକ୍ଟିକଟର ସିନିୟର ପ୍ରେସକ୍ରାଟଙ୍କ ପୁଅ । ତାଙ୍କର ଦୁଇ ପୁଅଙ୍କ ମଧ୍ୟରୁ ଜଣେ ଫ୍ଲୋରିଡାର ଦୁଇଥର ରାଜ୍ୟପାଳ ଥିବା ବେଳେ ଡବ୍ଲୁ ବୁଶ ଟେକ୍ସାସରୁ ଦୁଇଥର ଗଭର୍ଣ୍ଣର ଓ ଦୁଇଥର ରାଷ୍ଟ୍ରପତି ହୋଇ ସାରିଛନ୍ତି ।
ସିନିୟର ବୁଶଙ୍କ କାର୍ଯ୍ୟକାଳ ସମୟରେ ପ୍ରଥମ ଖାଡୀ ଯୁଦ୍ଧ ହୋଇଥିଲା । ଇରାକ କୁଏତ ଉପରେ ଆକ୍ରମଣ କରିବା ସମୟରେ ସିନିୟର ବୁଶଙ୍କ ନେତୃତ୍ୱରେ ଆମେରିକୀୟ ସେନା ଇରାକ୍ ଉପରେ ଆକ୍ରମଣ କରିଥିଲେ । ଏହା ସହିତ ସଦ୍ଦାମ ହୁସେନଙ୍କୁ ପଛଘୁଞ୍ଚା ଦେବାକୁ ବାଧ୍ୟ କରିଥିଲେ ।