April 16, 2024

ଜାମ୍ମୁ କାଶ୍ମୀର ଆତଙ୍କବାଦୀଙ୍କ ଆକ୍ରମଣରେ ୪ ପୁଲିସ୍‍ କର୍ମୀ ସହିଦ

1 min read
Aajira-Odisha

ଆଓରି-ନୂଆଦିଲ୍ଲୀ(୨୯/୮) : ଜାମ୍ମୁ କାଶ୍ମୀରର ସୋପିଆନା ଜିଲା ଅରହାମାଠାରେ ବୁଧବାର ଆତଙ୍କବାଦୀଙ୍କ ଆକ୍ରମଣରେ ୪ ପୁଲିସ୍‍ କର୍ମୀ ସହିଦ ହୋଇଛନ୍ତି। ସହିଦ୍‍ ପୁଲିସ୍‍ କର୍ମୀ ହେଲେ କନେଷ୍ଟବଳ ଜାଭେଦ ଅହମଦ ଭଟ୍ଟ, କନଷ୍ଟେବଳ ମୋହମ୍ମଦ ଇକବାଲ ମୀର, କନଷ୍ଟେବଳ ଅସଫାକ୍‍ ଅହମଦ ମୀର ଏବଂ ଏସ୍‍ପିଓ ଅଦିଲ ମଞ୍ଜୁର ଭଟ୍ଟ। ଆତଙ୍କବାଦୀମାନେ ସେଠାରୁ ପୁଲିସ୍ କର୍ମୀଙ୍କ ବନ୍ଧୁକ ଓ ଅନ୍ୟ ଅସ୍ତ୍ର ନେଇଯାଇଛନ୍ତି। ସୁରକ୍ଷା ବାହିନୀ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ତଲାସୀ ଅଭିଯାନ ଚଳାଇଛି। ଜାମ୍ମୁ କାଶ୍ମୀର ବରିଷ୍ଠ ପୁଲିସ୍‍ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ବୁଧବାର ଅପରାହ୍ଣରେ ଅରହାମାରେ ପେଟ୍ରୋଲିଂ କରୁଥିବା ପୁଲିସ୍‍ କର୍ମୀଙ୍କ ଉପରକୁ ଆତଙ୍କବାଦୀମାନେ ଆଖିବୁଜା ଗୁଳି ମାଡ଼ କରିଥିଲେ। ଏଥିରେ ୪ ପୁଲିସ୍‍ କର୍ମୀ ଆହତ ହୋଇଥିଲେ। ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍‍ ଘଟଣାରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଏହା ପୂର୍ବରୁ ଅନନ୍ତନାଗଠାରେ ସୁରକ୍ଷା ବାହିନୀ ସହ ଗୁଳି ବିନିମୟରେ ହିଜବୁଲ ମୁଜାହିଦ୍ଦିନର ୨ ବରିଷ୍ଠ ଆତଙ୍କବାଦୀ ନିହତ ହୋଇଥିଲେ। ମୃତ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ହିଜବୁଲ କମାଣ୍ଡର ଉଲ୍‍ତାଫ ଅହମଦ ଡାର ଏବଂ ଅନ୍ୟ ଜଣେ ତାର ସହଯୋଗୀ ଉମର ରାସିଦ ବୋଲି ଚିହ୍ନଟ କରାଯାଇଛି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.