April 16, 2024

ଜାଣନ୍ତୁ ଶରୀର ପାଇଁ ରସୁଣର ଆବଶ୍ୟକତା

1 min read
Aajira-Odisha

ରସୁଣ ଏକ ଆଣ୍ଟି ଆଲର୍ଜିକ୍ ସୁପରଫୁଡ୍। ଦିନରେ ଯଦି ଆପଣ ଗୋଟିଏ ବା ଦୁଇଟି ରସୁଣ ଖାଉଛନ୍ତି,ତେବେ ଆାପଣଙ୍କୁ ଆଲର୍ଜିରୁ ରକ୍ଷା ମିଳିଥାଏ। ଅନେକ ଲୋକଙ୍କର ଏକ ଅଭ୍ୟାସ ଯେ ସେମାନେ ସକାଳେ ୭ ରୁ ୮ ଟି ପାଖୁଡା ରସୁଣ ଖାଇଥାନ୍ତି । ଏହା ଦ୍ୱାରା ସେମାନେ ସୁସ୍ଥ ରହିଥା’ନ୍ତି ବୋଲି ଭାବନ୍ତି । କିନ୍ତୁ ଏବେ ଏ ସଂପର୍କରେ ଗବେଷଣାରୁ ଅନ୍ୟ ଏକ କଥା ସାମ୍ନାକୁ ଆସିଛି ।

ଗବେଷଣା ଅନୁଯାୟୀ ରସୁଣ ଖାଉଥିବା ପୁରୁଷମାନଙ୍କ ପ୍ରତି ମହିଳାମାନେ ଅଧିକ ମାତ୍ରାରେ ଆକର୍ଷିତ ହୋଇଥାନ୍ତି । ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ ରସୁଣରେ ଥିବା ଆଣ୍ଟିବାଓଟିକ, ଆଣ୍ଟିଭାଇରାଲ୍‌ ଓ ଆଣ୍ଟି ଫଙ୍ଗଲ୍‌ ଗୁଣ ହେତୁ ମହିଳାମାନଙ୍କୁ ପୁରୁଷମାନଙ୍କର ଝାଳର ଗନ୍ଧ ଭଲ ଲାଗେ । ରସୁଣ ଖାଇଲେ ଶରୀରରେ ରୋଗ ସହିତ ଲଢିବାରେ କ୍ଷମତା ବଢିଥାଏ । ଏହା ଛଡ଼ା ଏହା ଆପଣଙ୍କର ରୋମାଣ୍ଟିକ୍‌ ଲାଇଫ୍‌କୁ ମଧ୍ୟ ପ୍ରଭାବିତ କରିଥାଏ । ଏହା ଆପଣଙ୍କୁ ଅଧିକ ବୟସ ଯାଏଁ ରୋମାଣ୍ଟିକ୍‌ କରି ରଖିଥାଏ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.