April 16, 2024

ପ୍ରଧାନମନ୍ତ୍ରୀ ଉଜ୍ଵଳା ଯୋଜନାର ଉଜ୍ଜ୍ଵଳମୟ ୨ ବର୍ଷ

1 min read
Ujjwala-Yojana-Aajiraodisha

ଆଓରି -ନୂଆଦିଲ୍ଲୀ(୨୮/୬)-ପ୍ରଧାନମନ୍ତ୍ରୀଙ୍କର ଉଜ୍ଵଳା ଯୋଜନା ଗତ ମାସରେ ଦୁଇ ବର୍ଷ ପୁରା କରିଛି | ଏହି ଯୋଜନା ଦ୍ଵାରା ଦେଶବ୍ୟାପୀ ଏଲପିଜି ଗ୍ୟାସ କନେକ୍ସନ ପ୍ରାୟ ୪କୋଟିରୁ ଊର୍ଦ୍ଧ୍ଵ ସୀମା ଅତିକ୍ରମ କରିସାରିଲାଣି | ଏଲପିଜି ଗ୍ୟାସ କନେକ୍ସନ ଆରମ୍ଭ ହେବାଠୁ ୨୦୧୪ ସୁଧା ଗ୍ରାହକ ହାର ୫୬% ଥିଲାବେଳେ ବର୍ତ୍ତମାନ ୮୦% ପହଞ୍ଚପାରିଛି|

କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ତଥା କୌଶଳ ବିକାସ ଓ ଦକ୍ଷତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନବରତ ପ୍ରଚାର ଦ୍ଵାରା ଲୋକମାନଙ୍କ ମଧ୍ୟରେ ଏଲପିଜି ବ୍ୟବହାରର ଆଦୃତ୍ତ ବଢିଛି | ଏହି ଯୋଜନାକୁ ସ୍ବଚ୍ଛ ଓ ନିର୍ଭୁଲ କରିବା ପାଇଁ ଆଧାର ନମ୍ବର ସଂଯୋଗ ପ୍ରକ୍ରିୟା ଆରମ୍ଭ ମଧ୍ୟ ହୋଇଥିଲା | ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବାଧ୍ୟତାମୂଳକ ଭାବେ ଆଧାର ନମ୍ବର ସଞ୍ଜୋଗୀକରଣ ଦ୍ଵାରା ପ୍ରକୃତ ହିତାଧିକାରୀଙ୍କୁ ଉଚିତ ମୂଲ୍ୟ ଓ ସୁବିଧା ମିଳିବା ସହିତ ଗ୍ୟାସ ଏଜେନ୍ସିମାନଙ୍କ ବାଟମାରଣା ସମ୍ପୂର୍ଣ୍ଣ ବନ୍ଦ  ହୋଇଯାଇଛି | ଗ୍ରାହକ ମାନଙ୍କୁ ଗ୍ୟାସ ସବସିଡି ନିଜ ବ୍ୟାଙ୍କ ଖାତାକୁ ସିଧାସଳଖ ଟ୍ରାନ୍ସଫର କରାଯାଇ, ଏକ ସ୍ବଚ୍ଛ ଯୋଜନା ରୂପରେ ପରିଣତ ହୋଇଛି |

ଇଣ୍ଡିଆନ ଅଏଲ କର୍ପୋରେସନର ତଥ୍ୟ ଅନୁଯାୟୀ ମଇ ୨୦୧୬ – ମଇ ୨୦୧୭ ମଧ୍ୟରେ ୮୬ ଲକ୍ଷରୁ ଅଧିକ ଗ୍ରାହକଙ୍କର ନାମାଙ୍କନ କରଯାଇଥିଲା | ମଇ ୨୦୧୬ ରୁ ଅପ୍ରେଲ ୨୦୧୮ ମଧ୍ୟରେ ଏହି ଗ୍ରାହକ ମାନଙ୍କର ହାରାହାରି ବର୍ଷକୁ ପ୍ରାୟ ୪.୪ ସିଲିଣ୍ଡର ବ୍ୟବହୃତ ହେଉଛି |

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.