୫୦ କୋଟି ଟଙ୍କାର ବ୍ୟବସାୟ କରିଛି ଖିଲାଡି ଅକ୍ଷୟ କୁମାରଙ୍କର ଚଳଚ୍ଚିତ୍ର ଗୋଲ୍ଡ

Gold-Aajira-Odisha

ଆଓରି-ନୂଆଦିଲ୍ଲୀ(୨୦/୮) : ଅଗଷ୍ଟ ମାସ ୧୫ତାରିଖ ସ୍ୱାଧୀନତା ଦିବସ ଅବସରରେ ମୁକ୍ତିଲାଭ କରିଥିଲା ଅକ୍ଷୟଙ୍କ ଅଭିନୀତ ଚଳଚ୍ଚିତ୍ର ‘ଗୋଲ୍ଡ’। ଖିଲାଡି ଅକ୍ଷୟ କୁମାରଙ୍କର ଚଳଚ୍ଚିତ୍ର ଗୋଲ୍ଡ ବକ୍ସଅଫିସରେ ୫୦ କୋଟି ଟଙ୍କାର ବ୍ୟବସାୟ କରିଛି। ଚଳଚ୍ଚିତ୍ରଟି ଶନିବାର ଚତୁର୍ଥ ଦିନ ସୁଦ୍ଧା ସମୁଦାୟ ୫୫.୨୫କୋଟି ଟଙ୍କାର ବ୍ୟବସାୟ କରିଥିଲା। ଚତୁର୍ଥ ଦିନରେ ୧୨ କୋଟି ଟଙ୍କାର ବ୍ୟବସାୟ କରିଥିଲା। ଏହି ସିନେମା ୩୦୦୦ରୁ ଅଧିକ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା।

ସତ୍ୟଘଟଣା ଉପରେ ଆଧାରିତ ହୋଇଛି ଏହି ଚଳଚ୍ଚିତ୍ର। ଚଳଚ୍ଚିତ୍ରରେ ନିର୍ଦେଶନା ଭାର ସମ୍ଭାଳିଛନ୍ତି ‘ରିମା କଗତି’। ଏଥିରେ ଅକ୍ଷୟଙ୍କ ସହିତ ମୌନି ରୟ, କୁନାଲ କପୁର, ଅମିତ ଶାନ୍‍, ବିନୀତ କୁମାର ସିଂ, ଜତିନ ଶରଣ, ନିକିତା ଦତ୍ତ, ଶନି କୌସଲଙ୍କ ଭଳି କଳାକାର ଅଭିନୟ କରିଛନ୍ତି। ପୂର୍ବରୁ ପ୍ରଥମ ଦିନରେ ୨୫.୨୫କୋଟି, ଦ୍ୱିତୀୟ ଦିନରେ ୧୨କୋଟି, ତୃତୀୟ ଦିନରେ ୧୦କୋଟି ଟଙ୍କାର ବ୍ୟବସାୟ କରିଥିଲା। ଆଗକୁ ମଧ୍ୟ ‘ଗୋଲ୍ଡ’ ଭଲ ବ୍ୟବସାୟ କରିବ ବୋଲି ଚଳଚ୍ଚିତ୍ର ସମୀକ୍ଷକ ମାନେ ମତ ଦେଇଛନ୍ତି।