Wed. Jul 17th, 2019

ବିଜେଡ଼ିରୁ ଇସ୍ତଫା ଦେଲେ ଗୁଣୁପୁର ବିଧାୟକ ତ୍ରିନାଥ ଗମାଙ୍ଗ

1 min read
Trinath-Gamang-Resigned-Aajira-Odisha

ଆଓରି-ଭୁବନେଶ୍ଵର(୧୮/୦୩) : ବିଜେଡିରୁ ଆଜି ଗୁଣୁପୁର ବିଧାୟକ ତ୍ରିନାଥ ଗମାଙ୍ଗ ଇସ୍ତଫା ଦେଇଛନ୍ତି। ସେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଜର ଇସ୍ତଫା ପତ୍ର ଦେଇଛନ୍ତି। ସେ ଦଳର ପ୍ରାଥମିକ ସଭ୍ୟ ପଦରୁ ବି ଇସ୍ତଫା ଦେଇଛନ୍ତି। ଗୁଣୁପୁର ବିଧାୟକ ତ୍ରିନାଥ ଗମାଙ୍ଗ କହିଛନ୍ତି ଯେ ଦଳ ଏଥର ତାଙ୍କ ସହ ବିଚାର ବିମର୍ଶ ନ କରି ରଘୁନାଥ ଗମାଙ୍ଗଙ୍କୁ ପ୍ରାର୍ଥୀ କରିବ ବୋଲି ଜାଣିବା ପରେ ସେ ଦଳ ଛାଡିଛନ୍ତି।

ଚର୍ଚ୍ଚା ହେଉଛି କି ଗୁଣୁପୁର ବିଧାୟକ ତ୍ରିନାଥ ଗମାଙ୍ଗ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇ ପାରନ୍ତି। ଏ ନେଇ ଦଳର ବରିଷ୍ଠ ନେତାଙ୍କ ସହ ସେ ସଂପର୍କରେ ଅଛନ୍ତି। ଅନ୍ୟପକ୍ଷରେ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଶ୍ରୀ ଗମାଙ୍ଗ ତୁରନ୍ତ କୌଣସି ଦଳରେ ଯୋଗ ଦେବା ନେଇ ନିଷ୍ପତ୍ତି ନେଇ ନାହାନ୍ତି ବୋଲି କହିଛନ୍ତି।  ଏଥିସହ ସେ ସ୍ଵାଧୀନ ପ୍ରାର୍ଥୀ ଭାବେ ଲଢ଼ି  ନିର୍ବାଚନ ଜିତି ପାରିବି ବୋଲି କହିଛନ୍ତିି। ନିଜର କର୍ମୀମାନଙ୍କ ସହ ଆଲୋଚନା ପରେ ସେ ନିଷ୍ପତ୍ତି କରିବେ ବୋଲି ସୂଚନା ଦେଇଛନ୍ତି  ତ୍ରିନାଥ ଗମାଙ୍ଗ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.