April 19, 2024

ଖରାଛୁଟି ପାଇଁ ଏମ୍ସରେ ଡାକ୍ତର ଅଭାବ

1 min read
AIIMS-aajira-Odisha

ଆଓରି-ନୂଆଦିଲ୍ଲୀ(୧୫/୦୫) : ଖରାଛୁଟିରେ ଦିଲ୍ଲୀ AIIMSର ଅଧାରୁ ଅଧିକ ଡାକ୍ତର ଛୁଟିରେ ପଳାଇବେ । ଆସନ୍ତା ୧୬ ତାରିଖରୁ ଜୁଲାଇ ମାସଯାଏଁ ଏକସାଙ୍ଗରେ ୫୦ ପ୍ରତିଶତ ଡାକ୍ତର ଛୁଟିରେ ଯାଉଥିବାର କୁହାଯାଉଛି । ଏଥିରେ ଗୁରୁତର ଭାବେ ରୋଗୀସେବା ପ୍ରଭାବିତ ହେବ ବୋଲି ଆଶଙ୍କା ଦେଖାଦେଇଛି ।

ତେବେ ରୋଗୀଙ୍କ ଅସୁବିଧା ନ ହେବା ପାଇଁ AIIMS କର୍ତୃପକ୍ଷ ଦୁଇଟି ପର୍ଯ୍ୟାୟରେ ଡାକ୍ତରଙ୍କ ଛୁଟି ମଞ୍ଜୁର କରିଛନ୍ତି । ଏମ୍ସ ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ମୁତାବକ ପ୍ରଥମ ପର୍ଯ୍ୟାୟରେ ମେ ୧୬ରୁ ଜୁନ ୧୪ ଓ ଦ୍ଵିତୀୟ ପର୍ଯ୍ୟାୟରେ ୧୬ ଜୁନରୁ ୧୬ ଜୁଲାଇ ପର୍ଯ୍ୟନ୍ତ ଡାକ୍ତରମାନଙ୍କର ଛୁଟି ମଞ୍ଜୁର କରାଯାଇଛି । ଆଉ ୬୦ ଦିନ ଧରି ଡାକ୍ତରଙ୍କର ଅନୁପସ୍ଥିତି ଯୋଗୁଁ ସର୍ଜରୀ ବିଭାଗ ଉପରେ ଏହାର ଗୁରୁତର ପ୍ରଭାବ ପଡିବ । କାରଣ ଡାକ୍ତର ନ ଥିବାରୁ ଅପରେସନ ହେବାକୁ ଥିବା ରୋଗୀଙ୍କୁ ଆଉ କିଛିଦିନ ଅପେକ୍ଷା କରିବାକୁ ପଡିପାରେ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.