ଆମ୍ବୁଲାନ୍ସ ରେ ଗଞ୍ଜେଇ ଚାଲାଣ ; ୨ ଗିରଫ
1 min readଆଓରି-ଭୁବନେଶ୍ଵର(୨୪/୦୧) : ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ । ଅଭିନବ ଢଙ୍ଗରେ ଆମ୍ବୁଲାନ୍ସ ଗାଡିରେ ଗଞ୍ଜେଇ ଚାଲାଣ ବେଳେ ଖବର ପାଇ ଚଢାଉ କରିଛି ଅବକାରୀ ବିଭାଗ । ଏହି ଘଟଣାରେ ଅବକାରୀ ଅଧିକାରୀମାନେ ୨ଜଣଙ୍କୁ ଗିରଫ କରିଛନ୍ତି ।
ସୂଚନାଯୋଗ୍ୟ, ସୁବର୍ଣ୍ଣପୁର ଜିଲ୍ଲା ଅର୍ଜୁନପୁର ଛକରେ ଜିଲ୍ଲା ଅବକାରୀ ବିଭାଗର ଚଢ଼ାଉ । ଅଭିନବ ଉପାୟରେ ଏକ ଆମ୍ବୁଲାନ୍ସ ଗାଡିରେ ଗଂଜେଇ ଚୋରାଚାଲଣ ହେଉଥିବା ଖବର ପାଇ ଅବକାରୀ ଅଧିକାରୀମାନେ ଗାଡି ଭିତରୁ ୨୫ କେଜି ଗଂଜେଇ ଧରିବାରେ ସଫଳ ହୋଇଛନ୍ତି । ପଡୋଶୀ ବୌଦ୍ଧ ଜିଲ୍ଲାରୁ ସୋନପୁର ଦେଇ ବଲାଙ୍ଗୀର ଯାଉଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ଅଧିକାରୀମାନେ ଚଢାଉ କରିଥିଲେ । ଏହା ସହିତ ଆମ୍ବୁଲାନ୍ସରେ ଥିବା ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଜିଲ୍ଲା ଅବକାରୀ ବିଭାଗ ।