April 25, 2024

ବିଜେଡି ନେତ୍ରୀ ମିନୀକ୍ଷୀ ମିଶ୍ର ଆତ୍ମହତ୍ୟା ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ

1 min read

ଆଓରି-ଭୁବନେଶ୍ଵର(୨୪/୦୨) : ବ୍ରହ୍ମପୁର୍ ବିଜେଡି ନେତ୍ରୀ ମିନାକ୍ଷୀ ଆତ୍ମହତ୍ୟା ଘଟଣାରେ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ଡିଜିପି । IGP ରେଖା ଲୋହାନି ତଦନ୍ତର ତଦାରଖ କରିବେ ବୋଲି ନିର୍ଦ୍ଦେଶ ରହିଛି । ଗତ ଫେବୃଆରୀ ୧୨ ତାରିଖରେ ବ୍ରହ୍ମପୁର SP ଅଫିସ୍‌ ସାମ୍ନାରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବିଜେଡି ନେତ୍ରୀ ମିନାକ୍ଷୀ । ପରବର୍ତ୍ତୀ ସମୟରେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲର ମୃତ୍ୟୁ ହୋଇଥିଲା । ଟ୍ୱିଟ୍‌ ଜରିଆରେ ସୂଚନା ଦେଲେ ଡିଜିପି ଅଭୟ ।

ଭୁବନେଶ୍ୱରର ଆପୋଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମିନାକ୍ଷୀଙ୍କର ମୃତ୍ୟୁ ହୋଇଛି । ପାର୍କିଂ ଇସ୍ୟୁକୁ ନେଇ ପୁଅର ଗିରଫଦାରୀକୁ ବିରୋଧ କରି ଆତ୍ମହତ୍ୟା ଉଦ୍ୟମ କରିଥିଲେ ମୀନାକ୍ଷୀ । ବାରମ୍ବାର ବ୍ରହ୍ମପୁର ଏସପିଙ୍କୁ ଦେଖା କରିବାକୁ ଚେଷ୍ଟା କରିଥିଲେ । ହେଲେ ଭେଟ ନମିଳିବାରୁ ଏସ୍‌ନିଙ୍କ କାର୍ଯ୍ୟାଳୟ ସାମ୍ନାରେ ଗତ ୧୨ତାରିଖରେ ଦେହରେ କିରୋସିନୀ ଢାଳି ନିଆଁ ଲଗାଇ ଦେଇଥିଲେ । ଯେଉଁଥିରେ ତାଙ୍କ ଶରୀରର ପ୍ରାୟ ୯୫ପ୍ରତିଶତ ପୋଡି ଯାଇଥିଲା । ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ବ୍ରହ୍ମପୁର ଏମକେସିଜି ପରେ କଟକ ଏସସିବି ସ୍ଥାନାନ୍ତର କରାଯାଇଥିଲା । ସେଠାରେ କିଛି ଦିନ ଚିକିତ୍ସା ପରେ ଭୁବନେଶ୍ୱରର ଆପୋଲ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଥିଲେ ମୀନାକ୍ଷୀ ।

ପରେ ଫେବ୍ରୁଆରୀ ୨୦ତାରିଖରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ବିଜେଡି ନେତ୍ରୀଙ୍କ ମୃତ୍ୟୁକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ବିରୋଧୀ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.