ନିଜର ନିଆରା ଲୁକ୍ ପାଇଁ ଚର୍ଚ୍ଚାର ଶିରୋନାମା ପାଲଟିଛନ୍ତି ହିନା ଖାନ୍
1 min readଆଓରି-ନୂଆଦିଲ୍ଲୀ(୩୧/୧୦) : ପୂର୍ବରୁ ଦର୍ଶକଙ୍କ ମନ କିଣିଥିବା ଟେଲି ଧାରାବାହିକ ‘କସୌଟି ଜିନ୍ଦେଗୀ କି’ ପୁଣିଥରେ ପ୍ରସାରିତ ହେଉଛି। ଏହାର ଦ୍ୱିତୀୟ ସଂସ୍କରଣରେ ପୂରୁଣା ପରିଚୟରେ ନୂତନ କଳାକାରଙ୍କୁ ଦେଖିବାକୁ ମିଳୁଛି। ବିଶେଷକରି ‘କୋମଲିକା’ ଚରିତ୍ରରେ ଅଭିନୟ କରୁଥିବା ହିନା ଖାନ୍ ନିଜର ନିଆରା ଲୁକ୍ ପାଇଁ ଚର୍ଚ୍ଚାର ଶିରୋନାମା ପାଲଟିଛନ୍ତି। ୨୯ ଅକ୍ଟୋବରରେ ପ୍ରସାରିତ ଧାରାବାହିକରେ ‘କୋମଲିକା’ଙ୍କ ଏଣ୍ଟ୍ରି ହୋଇଛି। ଏହା ପରେ ଧାରାବାହିକର ମୁଖ୍ୟ କଳାକାର ଅନୁରାଗ ଓ ପ୍ରେରଣାଙ୍କ ଜୀବନରେ ପରିବର୍ତ୍ତନ ଆସିବ ବୋଲି କୁହାଯାଉଛି। ତେବେ ସର୍ବଦା ନିଜର ନିଆରାପଣ ଓ ବଳିଷ୍ଠ କାହାଣୀକୁ ନେଇ ଦର୍ଶକଙ୍କ ମନରେ ସହଜରେ ଜାଗା କରି ନେଉଥିବା ଏକତାଙ୍କ ଧାରାବାହିକଗୁଡ଼ିକ ମଧ୍ୟରୁ ଏହା କେତେ ସଫଳ ହେଉଛି ତାହା ଆଗାମୀ ଦିନରେ ଜଣାପଡ଼ିବ।