April 19, 2024

ହାଉସଫୁଲ୩ ପରେ ନୂଆ ଫିଲ୍ମ ହାଉସଫୁଲ ୪

1 min read

ଆଓରି-ନୂଆଦିଲ୍ଲୀ(୭/୭): ଦର୍ଶକ ମାନଙ୍କ ପାଇଁ ଆଉ ଏକ ନୂତନ ଉପହାର ଆଣୁଛି ସାଜିଦ୍‌ ଖାନଙ୍କ ଫିଲ୍ମ ହାଉସଫୁଲ ୪ । ଏହାର ସୁଟିଙ୍ଗ୍‌ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଫିଲ୍ମରେ ଅକ୍ଷୟ କୁମାର ମୁଖ୍ୟ ଭୂମିକାରେ ଥିବା ବେଳେ , ସଞ୍ଜୟ ଦତ୍ତ ଏକ ଗୁୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବାର ଥିଲା । ମାତ୍ର ଏବେ ମିଳିଥିବା ସୂଚନା ଅନୁଯାୟୀ ସଞ୍ଜୟ ଦତ୍ତଙ୍କ ପରିବର୍ତ୍ତେ ନାନା ପାଟେକର ନଜର ଆସିବେ । ପୂର୍ବରୁ ମଧ୍ୟ ଅକ୍ଷୟ କୁମାର ଓ ନାନା ପାଟେକରଙ୍କ ଯୋଡ଼ିକୁ ‘ୱେଲକମ’ରେ ଦର୍ଶକ ଖୁବ ପସନ୍ଦ କରିଥିଲେ ।

ଆଶା କରାଯାଉଛି ଯେ ଏହି ଫିଲ୍ମ ମଧ୍ୟ ଦର୍ଶକଙ୍କ ପସନ୍ଦ ଆସିବ । ଫିଲ୍ମରେ କମେଡ଼ି ସହ ପୁନଃ ଜନ୍ମର କାହାଣୀ ରହିଛି । ଦର୍ଶକ କମେଡ଼ି ସହ ବାହୁବଲୀର ଦୃଶ୍ୟ ମଧ୍ୟ ଦେଖିବାକୁ ପାଇବେ ବୋଲି ସିନେ ସମୀକ୍ଷକମାନେ କହିଛନ୍ତି । ଏହାର ପ୍ରଥମ ପର୍ଯ୍ୟାୟରେ ଅକ୍ଷୟ କୁମାର ଟିମ ସହ ଲଣ୍ଡନ ଯିବେ । ଏହା ପରେ ରାଜସ୍ଥାନରେ ସୁଟିଙ୍ଗ ଆରମ୍ଭ ହେବ । ଫିଲ୍ମର ଦୃଶ୍ୟକୁ ଆକର୍ଷଣୀୟ କରିବା ପାଇଁ ରାଜସ୍ଥାନର ବହୁ ବଡ଼ ବଡ଼ କିଲ୍ଲାରେ ସୁଟିଙ୍ଗ ପାଇଁ ନିର୍ଦେଶକ ନିଷ୍ପତ୍ତି ନେଇଛନ୍ତି । ଜୁଲାଇ ୧୫ରେ ପ୍ରଥମ ପର୍ଯ୍ୟାୟ ସୁଟିଂ ଆରମ୍ଭ ହେବ । ଏଥିରେ ଅକ୍ଷୟ କୁମାର  ନାନା ପାଟେକରଙ୍କ ବ୍ୟତୀତ ରିତେଶ ଦେଶମୁଖ , ବବି ଦେୱଲ୍‌ , ପୂଜା ହେଙ୍ଗେଡେ ପ୍ରମୁଖ ନଜର ଆସିବେ । ଏହି ଚଳଚ୍ଚିତ୍ରଟି ଆଗାମୀ ଦୀପାବଳୀରେ ରିଲିଜ୍‌ ହେବାର ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.