April 16, 2024

ନିଜର ସମସ୍ତ ମଡେଲକୁ ମୋଟ ଖର୍ଚ୍ଚଠାରୁ ଦ୍ୱିଗୁଣ ଲାଭରେ ବିକ୍ରି କରୁଛି ଆପଲ

1 min read
Aajira-Odisha

ଆଓରି-ନୂଆଦିଲ୍ଲୀ(୨୯/୯) : ଆଇଫୋନ୍‍ ପ୍ରସ୍ତୁତକାରୀ କମ୍ପାନୀ ଆପଲ ନିଜର ସମସ୍ତ ମଡେଲକୁ ମୋଟ ଖର୍ଚ୍ଚଠାରୁ ୧୯୦% ଅଧିକ ଅର୍ଥାତ ଦ୍ୱିଗୁଣ ଲାଭରେ ବିକ୍ରି କରୁଛି। ଫଳରେ ବିଶ୍ୱର ବିଭିନ୍ନ ଦେଶରେ ଆପଲ ଆଇଫୋନ୍‍ର ମୂଲ୍ୟ ବହୁ ଅଧିକ ରହୁଛି। ଏହି କ୍ରମରେ ଭାରତରେ ଆଇଫୋନ୍‍ର ସବୁଠୁ ଅଧିକ ବିକ୍ରି ହେଉଥିବା ମଡେଲ ‘ଏକ୍ସଏମ୍‍ ମ୍ୟାକ୍ସ’ ମୂଲ୍ୟ ୧.୪୫ ଲକ୍ଷ ଟଙ୍କା ରହିଛି। ଆପଲ ୧୯୦% ଅଧିକ ଲାଭରେ ଆଇଫୋନ୍‍ ବିକ୍ରି କରୁଥିବା କଥା କାନାଡାସ୍ଥିତ ରିସର୍ଚ୍ଚ ଫାର୍ମ ଟେକ୍ନୋସାଇଟ୍ସ ନିଜ ରିପୋର୍ଟରେ ପ୍ରକାଶ କରିଛି। ରିପୋର୍ଟରେ ଦାବି କରାଯାଇଛି ଯେ ଆପଲ ଆମେରିକାରେ ୧୭୫ରୁ ୧୯୦% ଲାଭରେ ଆଇଫୋନ୍‍ ବିକୁଛି। ଟେକ୍ନୋସାଇଟ୍ସର ଦାବି ଅନୁସାରେ ଆମେରିକାରେ ୨୫୬ ଜିବି ବିଶିଷ୍ଟ ଆଇଫୋନ୍‍ ଏକ୍ସଏମ୍‍ ମ୍ୟାକ୍ସ ୧,୨୪୯ ଡଲାର (୮୯,୯୨୮ ଟଙ୍କା)ରେ ବିକ୍ରି ହେଉଛି। କିନ୍ତୁ ଏହାର ପ୍ରସ୍ତୁତି ପାଇଁ ମାତ୍ର ୪୫୩ ଡଲାର (୩୨,୬୧୬ ଟଙ୍କା) ଖର୍ଚ୍ଚ ହେଉଛି। ସେହିପରି ୨୫୬ ଜିବି ବିଶିଷ୍ଟ ଆଇଫୋନ୍‍ ଏକ୍ସ ପ୍ରସ୍ତୁତିରେ ୩୯୬ ଡଲାର (୨୮,୫୦୮ ଟଙ୍କା) ଖର୍ଚ୍ଚ ହେଉଥିବାବେଳେ ଏହାକୁ ୧,୧୪୯ ଡଲାର (୮୨,୭୨୮ ଟଙ୍କା)ରେ ବିକ୍ରି କରାଯାଉଛି। ଭାରତରେ ଶୁକ୍ରବାରଠାରୁ ଆଇଫୋନ୍‍ ଏକ୍ସଏମ୍‍ ଏଏବଂ ଆଇଫୋନ୍‍ ଏକ୍ସଏମ୍‍ ମ୍ୟାକ୍ସ ବିକ୍ରି ଆରମ୍ଭ ହୋଇଛି। ଆଇଫୋନ୍‍ ଏକ୍ସଏମ୍‍ ମ୍ୟାକ୍ସ ୭୦ % ଆଗୁଆ ବୁକିଂ (ପ୍ରି ବୁକିଂ) ହୋଇ ସାରିଛି। ଦୀପାବଳୀର ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ଅକ୍ଟୋବର ୨୬ରେ ଭାରତ ବଜାରରେ ଆଇଫୋନ୍‍ ଏକ୍ସଆର ବିକ୍ରି ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଭାରତରେ ୬୪ ଜିବି ବିଶିଷ୍ଟ ଆଇଫୋନ୍‍ ଏକ୍ସଏସ୍‍ର ମୂଲ୍ୟ ୯୯,୯୦୦ ଟଙ୍କା ଥିଲାବେଳେ ୨୫୬ ଜିବି ବିଶିଷ୍ଟ ଏକ୍ସଏସ୍‍ର ମୂଲ୍ୟ ୧,୧୪,୯୦୦ ଏବଂ ୫୧୨ ଜିବି ବିଶିଷ୍ଟ ଏକ୍ସଏସ୍‍ର ମୂଲ୍ୟ ୧,୩୪,୯୦୦ ଟଙ୍କା ରହିଛି। ଏହିପରି ଭାରତ ବଜାରରେ ୬୪ ଜିବି ବିଶିଷ୍ଟ ଆଇଫୋନ୍‍ ଏକ୍ସଏମ୍‍ ମ୍ୟାକ୍ସର ମୂଲ୍ୟ ୧,୦୯,୯୦୦ ଟଙ୍କା ଥିଲାବେଳେ ୨୫୬ ଜିବି ଫୋନ୍‍ର ମୂଲ୍ୟ ୧,୨୪,୯୦୦ ଏବଂ ୫୧୨ ଜିବିର ଫୋନ୍‍ର ମୂଲ୍ୟ ୧,୪୪,୯୦୦ ଟଙ୍କା ରହିଛି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.