April 18, 2024

କୌଶଳ ବିକାଶ ପ୍ରତିଯୋଗୀତାରେ ଭାଗନେବେ ମାଲକାନଗିରିର ଆଦିବାସୀ ଛାତ୍ରଛାତ୍ରୀ

1 min read

ଆଓରି(ତା୨୭|୪)-ଆସନ୍ତା ୨୯ ଓ ୩୦ ତାରିଖ ଦୁଇଦିନ ଧରି ଓଡିଶା ସରକାରଙ୍କ କୌଶଳ ଉନ୍ନୟନ ସଂସ୍ଥା ମାଧ୍ୟମରେ ଆୟୋଜନ ହେଉଥିବା ଭୂବନେଶ୍ୱର ଠାରେ ରାଜ୍ୟସ୍ତର କୌଶଳ ବିକାଶ ପ୍ରତି ଯୋଗୀତାରେ ମାଲକାନଗିରି ଜିଲ୍ଲାରୁ ଆଦିବାସୀ ଛାତ୍ର ଛାତ୍ରୀ ମାନେ ଯୋଗଦେବେ । ମଙ୍ଗଳବାର ସନ୍ଧ୍ୟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଟିତ ସାମ୍ବାଦିକ ସମ୍ମିଳନୀ ଅତିରିକ୍ତ ଜିଲ୍ଲାପାଳ ରଘୁମଣୀ ଗମାଙ୍ଗୋ ସୁଚନା ଦେଇଛନ୍ତି । ଜିଲ୍ଲାର ଶିଳ୍ପତାଲିମ କେନ୍ଦ୍ର ଓ ପଲିଟେକନିକ ତାଲିମ କେନ୍ଦ୍ରରେ କୌଶଳ ତାଲମି ନେଉଥିବା ଛାତ୍ର ଛାତ୍ରୀ ମାନେ ଆସନ୍ତା୨୮ତାରିଖରେ ଜିଲ୍ଲାସ୍ତର ପ୍ରତି ଯୋଗୀତାରେ ଭାଗନେବା ନେଇ ଯୋଗ୍ୟବିବେଚିତ ହେଲା ପରେ ସେମାନେ ଭୁବନେଶ୍ୱର ଠାରେ ଅନୁଷ୍ଟିତ ରାଜ୍ୟସ୍ତର ପ୍ରତି ଯୋଗୀତାରେ ଭାଗନେବେ  ବୋଲି ଅତିରିକ୍ତ ଜିଲ୍ଲାପାଳ ସୁଚନାଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଏପିଡି ହିସାଶୁଂଶେଖର ମହାରଣା,ମାଲକାନଗିରି ଶିଳ୍ପତାଲିମ କେନ୍ଦ୍ରର ଅଧ୍ୟକ୍ଷ ଇଂ ରାମଚନ୍ଦ୍ର ସାହୁ, ମାଥିଲି ଶିଳ୍ପ ତାଲିମକେନ୍ଦ୍ର ର ଅଧ୍ୟକ୍ଷ ଇଂ ରାଜେଶ ତ୍ରୀପାଠୀ,ମାଲକାନଗିରି ସରକାରି ପଲିଟେକନିକ ତାଲିମ କେନ୍ଦ୍ରର ଅଧ୍ୟକ୍ଷ ଅବକାଶ ପ୍ରଧାନୀ ଯୋଗଦେଇ ଆଲୋଚନା କରିଥିଲେ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.