Wed. Jul 15th, 2020
1 min read

ଆଓରି-ନୂଆଦିଲ୍ଲୀ(୨୭/୦୬): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଶ୍ରଦ୍ଧେୟ ଡଃ ଜୋସେଫ ମାର ଥୋମା ମେଟ୍ରୋପୋଲିଟାନର 90ତମ ଜୟନ୍ତୀ ସମାରୋହରେ ଭିଡିଓ କନଫରେନ୍ସି ଜରିଆରେ ଉଦଘାଟନୀ ଭାଷଣ ଦେଇଛନ୍ତି। ଏହି ସମୟରେ ସେ ନିଜ ସମ୍ବୋଧନରେ କହିଛନ୍ତି ଯେ, ଦୁନିଆ ଏବେ ବୈଶ୍ଵିକ ମହାମାରୀ ବିରୋଧରେ ଏକ ମଜବୁତ ଲଢେଇ କରୁଛି। କୋଭିଡ-19 କେବଳ ଏକ ଶାରୀରିକ ରୋଗ ନୁହେଁ ଏହା ଆମର ଧ୍ୟାନ ଅସ୍ଵସ୍ଥ ଜୀବନ ଶୈଳୀ ଆଡ଼କୁ ନେଇଉଛି।

ପ୍ରଧାନମନ୍ତ୍ରୀ ପୁଣି କହିଛନ୍ତି ଯେ, ଆମ କରୋନା ଯୋଦ୍ଧାଙ୍କ ପାଇଁ ଭାରତ ମଜବୁତ ଭାବରେ କରୋନା ବିରୋଧରେ ଲଢେଇ କରୁଛି। ଚଳିତ ବର୍ଷ କିଛି ଲୋକ ଭବିଷ୍ୟବାଣୀ କରିଥିଲେ ଯେ, ଭାରତରେ କରୋନା ସ୍ଥିତି ଗମ୍ଭୀର ହେବ। ତେବେ ଅନ୍ୟ ଦେଶ ତୁଳନାରେ ଭାରତର ସ୍ଥିତି ଭଲ ରହିଛି। ବାରତରେ କରୋନା ପୁନରୁଦ୍ଧାର ହାର ଅଧିକ ରହିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଜନ ଆଧାରିତ ଲଢେଇ ଏଯାଏଁ ଭଲ ପରିଣାମ ଦେଉଛି। ଆମକୁ ଏବେ ଆହୁରି ଅଧିକ ସାବଧାନ ରହିବା ଆବଶ୍ୟକ। ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା, ଜନଗହଳି ସ୍ଥାନରୁ ଦୂରରେ ରହିବା ଏବେ ନିହାତି ଜରୁରୀ। ସମୂଦ୍ରରୁ ଅନ୍ତରୀକ୍ଷ ପର୍ଯ୍ୟନ୍ତ, କ୍ଷେତରୁ କାରଖାନା ପର୍ଯ୍ୟନ୍ତ, ଲୋକଙ୍କୁ ଅନୁକୂଳ ଏବଂ ବିକାଶର ଅନୁକୂଳ ନିର୍ଣ୍ଣୟ ନିଆଯାଇଛି।

Leave a Reply

Your email address will not be published. Required fields are marked *