April 19, 2024

ଆଜି ଦିନରେ ନାଗସାକୀ ସହରରେ ଫ୍ୟାଟମ୍ୟାନ୍‌ ରଚିଥିଲା ମୃତ୍ୟୁର ତାଣ୍ଡବ

1 min read
Aajira-Odisha

ଆଓରି-ନୂଆଦିଲ୍ଲୀ(୯/୮) : ଜାପାନର ନାଗସାକୀ ସହରରେ ୭୩ ବର୍ଷ ତଳେ ପରମାଣୁ ବୋମା ତାଣ୍ଡବ ରଚିଥିଲା। ୧୯୪୫ ମସିହା ଅଗଷ୍ଟ ମାସ ୯ ତାରିଖ ପୂର୍ବାହ୍ନ ୧୧ଟା ୨ ମିନିଟରେ ସହର ଉପରେ ପରମାଣୁ ବୋମା ‘ଫ୍ୟାଟମ୍ୟାନ’ ପକାଯାଇଥିଲା। ନିମିଷକ ମଧ୍ୟରେ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା। ହିରୋସୀମା ଭଳି ଏଠାରେ ମଧ୍ୟ ସୃଷ୍ଟି ହୋଇଥିଲା ମୃତ୍ୟୁର ତାଣ୍ଡବଲୀଳା । ଏହି ପରମାଣୁ ବୋମାଟି ଭୂମି ଠାରୁ ୧୬୫୦ ଫୁଟ ଉଚ୍ଚରୁ ସହର ଉପରେ ପଡିଥିଲା। ନାଗାସାକୀ ଜାପାନର ଶିପ୍‌ ବିଲଡିଙ୍ଗ୍‌ ସେଣ୍ଟର ଭାବେ ବିଶ୍ୱରେ ବେଶ୍‌ ଜଣାଶୁଣା ଥିଲା। ଏହି ସହର ଉପରେ ବୋମା ପଡିବା ପରେ ଜାପାନ ଆମେରିକା ମିଳିତ ବାହିନୀ ଆଗରେ ନିସର୍ତ୍ତ ଶରଣ ସ୍ବୀକାର କରିଥିଲା। ଏହାଦ୍ୱାରା ୬୦ ରୁ ୮୦ ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା। ଯଦି ଜାପାନ ପରାଜୟ ବରଣ କରିନଥାନ୍ତା ତେବେ ଅଗଷ୍ଟ ୧୭ କିମ୍ବା ୧୮ ତାରିଖରେ ପୁଣି ଏକ ପରମାଣୁ ବୋମା ଜାପାନରେ ପକାଯିବାର ଯୋଜନା ଆମେରିକା ପକ୍ଷରୁ କରାଯାଇଥିଲା। ତେବେ ଜାପାନର ଶରଣ ପରେ ଆଉ ଏହାର ଅବାଶ୍ୟକତା ପଡି ନ ଥିଲା। ଅଗଷ୍ଟ ୧୫ ତାରିଖରେ ଜାପାନ ଯୁଦ୍ଧ ସନ୍ଧିରେ ସ୍ବାକ୍ଷର କରିଥିଲା। ଏହି ଯୁଦ୍ଧରେ ୧୨ ଟି ଜାପାନ ସହର ଉପରେ ବୋମାବର୍ଷଣ କରିବାରେ ଯୋଜନା ଥିଲା। ବୋମା ଦ୍ୱାରା ସୃଷ୍ଟି ହୋଇଥିବା ଉଚ୍ଚ ତାପମାତ୍ରା ଯୋଗୁ ଅଧିକାଂଶ ଲୋକଙ୍କ ଆଖିଡ଼ୋଳା ପଦାକୁ ବାହାରି ଆସି ବିଭତ୍ସ ପରିବେଶ ସୃଷ୍ଟି କରିଥିଲା। ଚମ ଓହଳି ପଡ଼ିଥିଲା। ବିଂଶ ଶତାବ୍ଦୀର ଏହି ଲୋମହର୍ଷଣକାରୀ ଘଟଣା ପାଇଁ ଦାୟୀ ପରମାଣୁ ବୋମାକୁ ସେତେବେଳର ବୈଜ୍ଞାନିକମାନେ ଅତି ଚତୁରତାର ସହିତ ଲୁଚାଛପାଭାବେ ପ୍ରସ୍ତୁତ କରିଥିଲେ। ନାଗାସାକୀ ଉପରେ ପକାଯାଇଥିବା ବୋମାର ଶକ୍ତି ଥିଲା ୨୨ କିଲୋଟନ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.