Sun. Feb 28th, 2021

ଭାରତକୁ ମିଳିଲା ପ୍ରଥମ ରାଫେଲ ବିମାନ

1 min read
Aajira-Odisha

ଆଓରି-ନୂଆଦିଲ୍ଲୀ(୨୧/୦୯) : ଭାରତୀୟ ବାୟୁସେନାକୁ ଫ୍ରାନ୍ସ ଠାରୁ ମିଳିଛି ପ୍ରଥମ ଲଡାକୁ ବିମାନ ।  ଭାରତୀୟୁ ବାୟୁସେନାକୁ ପ୍ରଥମ ରାଫେଲ୍ ଫାଇଟର ଜେଟ୍ ଫ୍ରାନ୍ସ ହସ୍ତାନ୍ତର କରିଛି। ଏୟାର ମାର୍ଶାଲ ବି.ଆର. ଚୌଧୁରୀଙ୍କ ନେତୃତ୍ୱ ବାଲା ଟିମ୍‌କୁ ଏହି ଆରବି ୦୧ଟେଲ୍‌ ନମ୍ବରର ରାଫେଲ ପ୍ରାପ୍ତ ହୋଇଛି । ଚୌଧୁରୀ ନିଜେ ପାଖାପାଖି ୧ ଘଣ୍ଟା ବିମାନ ଉଡ଼ାଇଛନ୍ତି ଏହି ବିମାନକୁ । ଭାରତୀୟ ବାୟୁସେନାର ସୂଚନା ମୁତାବିକ୍ ଗୁରୁବାର ଫ୍ରାନ୍ସ ଏହି ବିମାନ ହସ୍ତାନ୍ତର କରିଛି । ଏହି ରାଫେଲ୍ ବିମାନର ନମ୍ୱର ଆରବି -୦୧ ରହିଛି ।

ଭାରତ ଏବଂ ଫ୍ରନ୍ସ ମଧ୍ୟରେ ୬୦ହଜାର କୋଟି ଟଙ୍କାର ବଦଳରେ ଏହି ରାଫେଲ ପ୍ରାପ୍ତ ହୋଇଛି ।  ଏହି ବିମାନ ପାଖାପାଖି ୭ମାସ ଫ୍ରାନ୍ସ ରେ ରହିବ  । ଏହା ପରେ ଏହାର ଟ୍ରାୟଲ କରାଯିବ ।  ପରେ ଭାରତ ଅଣାଯିବ ।  ବିମାନ ଆରବୀ ୦୧ନାମ ଅର୍ଥ ପୁର୍ବ ବାୟୁସେନାଧ୍ୟକ୍ଷ ଏୟାର ଚିଫ୍‌ ମାର୍ଶାଲ ଆରକେଏସ୍‌ ଭଦୋରିଆଙ୍କ ନାମରେ ଅଛି ।  ସେ ପୂର୍ବରୁ ରାଫେଲ୍ ବିମାନ ଉଡ଼ାଇ ସାରିଛନ୍ତି । ରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଫ୍ରାନ୍ସ ଗସ୍ତ ସମୟରେ ଅକ୍ଟୋବର ୮ରେ ଏହି ବିମାନ ବାୟୁସେନାରେ ସାମିଲ୍‌ ହୋଇସାରିଥିବ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.