April 19, 2024

ହକି ବିଶ୍ୱକପ୍-୨୦୧୮ ; ୨-୨ରେ ଡ୍ର ହେଲା ଭାରତ-ବେଲଜିୟମ୍‌ ମ୍ୟାଚ୍‌

1 min read

ଆଓରି-ଭୁବନେଶ୍ଵର(୦୩/୧୨) : ପୁରୁଷ ହକି ବିଶ୍ୱକପ୍-୨୦୧୮ରେ ଭାରତ-ବେଲଜିୟମ୍‌ ମଧ୍ୟରେ ଚାଲିଥିବା ମ୍ୟାଚ୍‌ ୨-୨ରେ ଡ୍ର ରହିଛି । ଆଜିର ମ୍ୟାଚ୍‌ ଦୁଇ ଟିମ୍‌ ପାଇଁ କ୍ୱାର୍ଟର ଫାଇନାଲ ପାଇଁ ସିଧାସଳଖ ଟିକେଟ୍‌ ଥିଲା । କିନ୍ତୁ ମ୍ୟାଚ୍‌ ଡ୍ର ହୋଇଯାଇଛି । ଦୁଇଟି ଟିମ୍‌ ପୁର୍ବ ମ୍ୟାଚରେ ବିଜୟ ହାସଲ କରିଥିଲେ । ତେବେ ଆଜିର ମ୍ୟାଚ୍‌ ଡ୍ର ହୋଇଯିବା ଫଳରେ ଉଭୟଙ୍କର ୩ ପଏଣ୍ଟ ଲେଖାଏଁ ଅଛି । ସମାନ ଅଙ୍କ ଥିବା ସତ୍ତ୍ୱେ ଗ୍ରୁପ ସିରେ ଭାରତ ଆଗୁଆ ରହିଛି । କାରଣ ଭାରତ ନିଜର ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୫-୦ରେ ହରାଇଥିଲା । କିନ୍ତୁ ବେଲଜିୟମ କାନାଡାକୁ ୨-୧ରେ ହରାଇଥିଲା ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.