April 20, 2024

ଆସନ୍ତା କାଲି ଅଷ୍ଟ୍ରେଲିଆ କୁ ଭେଟିବ ଟିମ ଇଣ୍ଡିଆ

1 min read

ଆଓରି-ନୂଆଦିଲ୍ଲୀ(୦୮/୦୬) : ଆସନ୍ତାକାଲି ବିଶ୍ୱକପର ୧୪ ନମ୍ବର ମ୍ୟାଚରେ ଡିଫେଣ୍ଡିଙ୍ଗ୍ ଚାମ୍ପିଆନ୍ ଅଷ୍ଟ୍ରେଲିଆକୁ ଭେଟିବ ବିରାଟ ବାହିନୀ । ଓଭାଲରେ ହେବାକୁ ଥିବା ମ୍ୟାଚ୍ ବହୁ ରୋମାଂଚକର ହେବ ବୋଲି ଆଶା ରଖିଛନ୍ତି ବହୁ କ୍ରିକେଟ ପ୍ରେମୀ ।

ଅଷ୍ଟ୍ରେଲିଆ ଦଳ ଖେଳିଥିବା ଦୁଇଟି ଯାକ ମ୍ୟାଚରେ ବିଜୟ ଲାଭ କରିଥିବା ବେଳେ ଭାରତ ମଧ୍ୟ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି । ତେବେ ୱାର୍ଣ୍ଣର ଏବଂ ସ୍ମିଥ୍ ଦଳକୁ ଫେରିବା ସହିତ ମିଚେଲ ଷ୍ଟାର୍କଙ୍କ ଚମତ୍କାର ଫର୍ମ ଅଷ୍ଟ୍ରେଲିଆ ଦଳକୁ ବେଶ ଶକ୍ତିଶାଳୀ କରିଛି ।

ସେହିପରି ହିଟ୍ ମ୍ୟାନ ରୋହିତ ଶର୍ମା ମଧ୍ୟ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଶତକ ହାସଲ କରି ଫର୍ମରେ ଥିବାର ଆଭାସ ଦେଇଛନ୍ତି । ଆସନ୍ତାକାଲି ମ୍ୟାଚ୍ ଭାରତୀୟ ସମୟାନୁସାରେ ଅପରାହ୍ନ ୩ଟାରେ ଆରମ୍ଭ ହେବ ।

ଆସନ୍ତାକାଲି ମ୍ୟାଚରେ ଅଷ୍ଟ୍ରେଲିଆ ଠାରୁ ପ୍ରତିଶୋଧ ନେବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ୨୦୧୫ ବିଶ୍ୱକପ ସେମିଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ୯୫ ରନର ଏକ ବଡ ବ୍ୟବଧାନରେ ପରାସ୍ତ ହୋଇଥିଲା ଭାରତ ।

ଏହି ପରାଜୟ ସହ ୨୦୧୫ ବିଶ୍ୱକପ ଜିତିବାର ଭାରତର ଆଶା ମଳିନ ପଡିଯାଇଥିଲା । ଭାରତକୁ ହରାଇ ଅଷ୍ଟ୍ରେଲିଆ ଫାଇନାଲରେ ପ୍ରବେଶ କରିଥିଲା ଏବଂ ବିଶ୍ୱବିଜେତା ହୋଇଥିଲା ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.