Thu. Jun 20th, 2019

୧୦୫ ରନ୍‌ର ଲକ୍ଷ ପୂରଣ କରି ୩-୧ରେ ବିଜୟ ହାସଲ କଲା ଭାରତ

1 min read
Aajira-Odisha

ଆଓରି-ନୂଆଦିଲ୍ଲୀ(୧/୧୧) : ଭାରତ ୫ମ ତଥା ଶେଷ ଦିନିକିଆକୁ ସହଜରେ ଜିତିଛି। ପ୍ରଥମ ଇନିଂସରେ ୱେଷ୍ଟଇଣ୍ଡିଜକୁ ୧୦୪ ରନ୍‌ରେ ଅଲ୍‌ଆଉଟ୍‌ କରିଥିଲା। ଏହା ପରେ ଭାରତ ୯ ଓ୍ଵିକେଟ୍‌ରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିବା ସହିତ ୫ ଦିନିକିଆ ଶୃଙ୍ଖଳାକୁ ୩-୧ରେ ବିଜୟ ହାସଲ କରିଛି। ଦ୍ୱିତୀୟ ଇନିଂସରେ ୧୦୫ ରନ୍‌ ପଛରେ ଗୋଡେଇ ୧୪.୫ ଓଭରରେ ଗୋଟିଏ ଓ୍ଵିକେଟ ହରାଇ ଏହା ହାସଲ କରିଛି।

କେରଳର ଥିରୁବନନ୍ତପୁରମ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଭାରତ ମାତ୍ର ୬ ରନ୍‌ରେ ଶିଖର ଧାଓ୍ଵନ(୬)ଙ୍କୁ ହରାଇଥିଲା। ଧାଓ୍ଵନ ୫ଟି ବଲ ସମ୍ମୁଖିନ ହୋଇ ଗୋଟିଏ ଚୌକା ମାରିଥିଲେ। ସେ ଓସାଏନ ଥୋମାସଙ୍କ ଦ୍ୱାରା ବୋଲ୍ଡ ହୋଇ ପାଭଲିଅନ୍‌ ଫେରିଥିଲେ। ପ୍ରଥମ ଓ୍ଵିକେଟ ପତ୍ତନ ପରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି (ଅପରାଜିତ ୩୩ ରନ୍‌) ପଡ଼ିଆକୁ ପ୍ରବେଶ କରିଥିଲେ। କୋହଲି ୨୯ଟି ବଲ ଖେଳି ୬ ଟି ଚୌକା ମାରିଥିଲେ। ଓପନର ରୋହିତ ଶର୍ମା (୬୩ ରନ୍‌, ୫୬ ବଲ, ୫ ଚୌକା ଓ ୪ ଛକା) ଓ କୋହଲି ଶତକୀୟ ଭାଗିଦାରୀ ବଳରେ ଭାରତ ଶେଷ ଦିନିକିଆକୁ ଜିତିଛି।

ଟସ୍‌ ଜିଣି ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେବା ପରେ ଭାରତୀୟ ଟିମ୍‌ ବୋଲିଂ କରିଥିଲା। ରବୀନ୍ଦ୍ର ଜାଡେଜା ଚମତ୍କାର ବୋଲିଂ କରିଥିଲେ। ସେ ୯.୫ ଓଭର ବୋଲିଂ କରି ୪ଟି ଓ୍ଵିକେଟ ନେଇଥିଲେ। ଜାଡେଜା ୩୪ ରନ୍‌ ଦେଇଥିଲେ। ଯଶପ୍ରୀତ ବୁମରା ଓ ଖଲିଲ ଅହମଦ ୨-୨ ଓ୍ଵିକେଟ ନେଇଥିବା ବେଳେ ଭୁବନେଶ୍ୱର କୁମାର ଓ କୁଲଦୀପ ଯାଦବଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ ମିିଳିଥିଲା। ୱେଷ୍ଟେଇଣ୍ଡିଜର ଜସନ ହଲଦାର ସର୍ବାଧିକ ୨୫ ରନ ସଂଗ୍ରହ କରିଥିବା ବେଳେ ମାରଲୋନ ସାମୁଏଲ ୨୪ ରନ୍‌ ଯୋଡ଼ିଥିଲେ। ସେହଭଳି ରାମବନ ପାେଓ୍ଵଲ ୧୬ ରନ୍‌ ସଂଗ୍ରହ କରିଥିଲେ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.