April 25, 2024

ଜିଏସଏଟି-୭ଏ ଉପଗ୍ରହର ଉତ୍‌କ୍ଷେପଣ କରି ରେକର୍ଡ ରଚିଲା ଇସ୍ରୋ

1 min read
gsat-7a-Aajira-Odisha

ଆଓରି-ନୂଆଦିଲ୍ଲୀ(୧୯/୧୨) : ପୁଣି ଇତିହାସ ରଚିଲା ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥା(ଇସ୍ରୋ) । ବୁଧବାର ଜିଏସଏଟି-୭ଏ ଉପଗ୍ରହର ଉତ୍‌କ୍ଷେପଣ କରି ପୁଣି ଏକ ରେକର୍ଡ ନିଜ ନାଁରେ କଲା ଇସ୍ରୋ । ଜିଏସଏଟି-୭ଏ ଭୂପୃଷ୍ଠରେ ଥିବା ରାଡାର ବ୍ୟବସ୍ଥାକୁ ଅଧିକ ଶକ୍ତିଶାଳୀ କରିବ । ଭାରତୀୟ ବାୟୁସେନାକୁ ବିଶ୍ୱର ଅନ୍ୟାନ୍ୟ ଦେଶର ଯୁଦ୍ଧ ବିମାନର ସ୍ଥିତି ଓ ସେମାନଙ୍କ ଗନ୍ତବ୍ୟ ଜାଣିବା କ୍ଷେତ୍ରରେ ଉପଗ୍ରହ ସହାୟକ ହେବ ।

ଏପରିକି ଏହି ଉପଗ୍ରହ ଦ୍ୱାରା ମାନବ ବିହୀନ ବିମାନ ସଞ୍ଚାଳନରେ ଯୁଗାନ୍ତକାରୀ ପରିବର୍ତ୍ତନ ଆସିବ । ବିଶ୍ୱରେ ଆମେରିକା, ରୁଷ ଓ ଚୀନ ପରି ଦେଶ ମଧ୍ୟ ଅନୁରୂପ ଉପଗ୍ରହ ସେମାନଙ୍କ ବାୟୁସେନା ପାଇଁ ପୂର୍ବରୁ ଉତ୍‍କ୍ଷେପଣ କରିଛନ୍ତି । ଉପଗ୍ରହର ଓଜନ ୨୨୫୦କେଜି ରହିଛି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.