Mon. May 20th, 2019

କ୍ରୀଷ୍ଣା ରାଜ କପୁରଙ୍କର ପରଲୋକ

1 min read
Aajira-Odisha

ଆଓରି-ନୂଆଦିଲ୍ଲୀ(୦୧/୧୦) : ହିନ୍ଦୀ ସିନେ ଜଗତର ପ୍ରଥମ ସୋ’ ମ୍ୟାନ୍‌ ରାଜ୍‌ କପୁରଙ୍କ ପତ୍ନୀ କ୍ରୀଷ୍ଣା ରାଜ କପୁରଙ୍କର ଆଜି ସକାଳେ ମୁମ୍ବାଇଠାରେ ପରଲୋକ ହୋଇ ଯାଇଛି। ସେ ଭୋର ୪ଟା ସମୟରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା କୁହାଯାଉଛି ।ତାଙ୍କର ପରଲୋକ ଖବର ପ୍ରଥମେ ଜଣାଶୁଣା ଅଭିନେତ୍ରୀ ରବିନା ଟଣ୍ଡନ୍‌ ନିଜର ଟ୍ୟୁଟର ଜରିଆରେ ସମସ୍ତଙ୍କୁ ଜଣାଇଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା। ସେ ୧୯୪୬ ମସିହାରେ ସୋ’ ମ୍ୟାନ୍‌ ରାଜ୍‌ କପୁରଙ୍କୁ ବିବାହ କରିଥିଲେ। ତାଙ୍କର ତିନି ପୁଅ ଅଛନ୍ତି। ସେମାନେ ହେଲେ ରଣଧୀର କପୁର,ଋଷି କପୁର ଏବଂ ରାଜୀବ କପୁର। ଏମାନେ ସମସ୍ତେ ଅଭିନେତା-ନିର୍ଦ୍ଦେଶକ। ଠିକ୍‌ ସେହିପରି ବିଗତ ଦିନର ଲୋକପ୍ରିୟ ନାୟିକା ବବିତା ଏବଂ ନୀତୁ ସିଂହ ହେଉଛନ୍ତି କ୍ରୀଷ୍ଣା ରାଜ କପୁରଙ୍କର ବୋହୂ। ଆଜିକାର ଲୋକପ୍ରିୟ ବଲିଉଡ ନାୟକ ରଣବୀର କପୁର ହେଉଛନ୍ତି କ୍ରୀଷ୍ଣା ରାଜ କପୁରଙ୍କର ନାତି। ଠିକ୍‌ ସେହିପରି ଜଣାଶୁଣା ଅଭିନେତ୍ରୀ କରିସ୍ମା କପୁର ଏବଂ କରିନା କପୁର ହେଉଛନ୍ତି କ୍ରୀଷ୍ଣା ରାଜ କପୁରଙ୍କର ନାତୁଣୀ। କ୍ରୀଷ୍ଣା ରାଜ କପୁରଙ୍କର ବିୟୋଗରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *

Copyright © All rights reserved. | Newsphere by AF themes.