April 20, 2024

ପୋଲିସ୍ ଓ ଓକିଲଙ୍କ ବିବାଦ ନେଲା ଉଗ୍ରରୂପ ; ଦିଲ୍ଲୀର ତିନୋଟି ବଡ଼ ଅଦାଲତର କାର୍ଯ୍ୟ ଠପ୍‌

1 min read
Lawyers-Protested-In-Delhi

ଆଓରି-ନୂଆଦିଲ୍ଲୀ(୦୬/୧୧) : ଦିଲ୍ଲୀର ତୀସ୍‌ ହଜାରୀ କୋର୍ଟରେ ଶନିବାର ଦିନ ଓକିଲ ଓ ପୋଲିସ୍‌ ମଧ୍ୟରେ ହୋଇଥିବା ଖଣ୍ଡଯୁଦ୍ଧ ବୁଧବାର ଦିନ ଆହୁରି ଉଗ୍ରରୂପ ଧାରଣ କରିଛି । ମଙ୍ଗବାର ଦିନ ହଜାର ହଜାର ପୋଲିସ୍‌  ଦିଲ୍ଲୀର ରାସ୍ତା ଉପରେ ପ୍ରଦର୍ଶନ କରିଥିଲେ । ୨ ନଭେମ୍ବର ପରେ ଚାଲିଥିବା  ଓକିଲମାନଙ୍କ ପ୍ରଦର୍ଶନ ବୁଧବାର ଦିନ ଅର୍ଥାତ ଆଜି ଉଗ୍ରରୂପ ଧାରଣ କରିଛି ।

ଓକିଲ ଆଜି ଦିଲ୍ଲୀର ତିନୋଟି ବଡ଼ ଅଦାଲତ ବାହାରେ ପ୍ରଦର୍ଶନ କରୁଛନ୍ତି । ୬ରୁ ୩ଟି ଅଦାଲତ (ପଟିୟାଲା ହାଉସ କୋର୍ଟ, ରୋହିଣୀ କୋର୍ଟ, ସାକେତ କୋର୍ଟ)ର କାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍‌ ହୋଇପଡିଛି । ଖାଲି ଏତିକି ନୁହେଁ ଓକିଲମାନେ ପଟିୟାଲା ହାଉସ୍‌ କୋର୍ଟର କବାଟକୁ ବନ୍ଦକରି ରଖିଛନ୍ତି ।

ସକେତ କୋର୍ଟ ଓ ରୋହିଣୀ କୋର୍ଟର ବାହାରେ ଓକିଲଙ୍କ ଆନ୍ଦୋଳନ ତିବ୍ର ରୂପ ଧାରଣ କରିଛି । ଏମାନେ କୋର୍ଟ ପରିସର ମଧ୍ୟକୁ କାହାକୁ ପ୍ରବେଶ କରିବାକୁ ଦେଉନାହାଁନ୍ତି ।  ସାଧାରଣ ଲୋକଙ୍କୁଏହା ଦ୍ୱାରା ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଏଠି କହି ରଖୁଛୁ ଯେ, ବାର କାଉନ୍ସିଲ୍‌ ଅଫ ଇଣ୍ଡିଆ ଦ୍ୱାରା ମଙ୍ଗଳବାର ଦିନ ଓକିଲମାନଙ୍କୁ ଚେତାବନୀ ଦେଇ ଆନ୍ଦୋଳନରୁ ଓହରି ଯିବା ପାଇଁ  କହିଥିଲା । କିନ୍ତୁ  ଏହା ଓକିଲମାଙ୍କ ଉପରେ କୌଣସି ପ୍ରଭାବ ପକାଇ ନଥିଲା ।

ରୋହିଣୀ ଓ ସାକେତ କୋର୍ଟ ବ୍ୟତିତ କଡକଡଡୁମା  କୋର୍ଟରେ ମଧ୍ୟ ଆନ୍ଦୋଳନ ଜାରୀ ରହିଛି ।  ଏଠାରେ ମଧ୍ୟ  ଓକିଲମାନେ  ପ୍ରଦର୍ଶନ ଜାରୀ ରଖିଛନ୍ତି ।  ରୋହିଣୀ କୋର୍ଟ ରେ ଜଜ  ଗସ୍ତରେ ବାହାରିଛନ୍ତି । ଓକିଲ ନିଜ ନିଜ ଦାବୀ ଉପରେ ଏବେ ବି ଅଡି ବସିଛନ୍ତି ।  ସୂଚନାମୁତାବକ ରୋହିଣୀ କୋର୍ଟରେ ଜଣେ ଓକିଲ ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା ମଧ୍ୟ କରିଛନ୍ତି ।

ଏହିସବୁ ପରିସ୍ଥିତିର ଗମ୍ଭିରତାକୁ ଦେଖି ଦିଲ୍ଲୀର ଉପରାଜ୍ୟପାଳ ବୁଧବାର ଦିନ ନିଜ ବାସଭବନରେ ବୈଠକ ଡାକିଛନ୍ତି ।  ତାଙ୍କ ସହ ବୈଠକରେ ପୋଲିସ୍‌ କମିଶନର ଅମୂଲ୍ୟ ପଟ୍ଟନାୟକ, ସିପି, ଜଏଣ୍ଟ ସିପି ଓ ଅନ୍ୟ ସ୍ଥାନୀୟ ଅଧିକାରୀ ଉସ୍ଥିତ ଅଛନ୍ତି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.