ବିଲ ମଝିରେ ଥିବା ଏକ ଗଛରୁପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Ajira-Odisha

ଆଓରି-ଭୁବନେଶ୍ଵର(୩୦/୮) : ପିପିଲି ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତ ଅଧୀନ ପାଇକପଡା ଗ୍ରାମ ନିକଟ କେନାଲବନ୍ଧ କଡ ବିଲ ମଝିରେ ଥିବା ଏକ ଆକାଶିଆ ଗଛରୁ ପୁଲିସ ଗୁରୁବାର ସକାଳେ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି । ପାରିପାର୍ଶ୍ଵିକ ଅବସ୍ଥାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି । ମୃତକମାନେ ହେଲେ ଦୁର୍ଗାଦାଶପୁର ଗ୍ରାମର ଲବ ଓରଫ ଆବୁଆ ପୃଷ୍ଟି (୨୬) ଓ ରାଉତପଡା ଗ୍ରାମର ସୌଦାମିନୀ ବେହେରା (୨୪) ।
ସୂଚନା ଅନୁଯାୟୀ, ଲବ ଓ ସୌଦାମିନୀଙ୍କ ମଧ୍ୟରେ ଦୀର୍ଘଦିନ ଧରି ପ୍ରେମ ସଂପର୍କ ଥିବା ବେଳେ ସେମାନେ ରେଜିଷ୍ଟ୍ରି ମ୍ୟାରେଜ କରି ନିଜ ନିଜ ଘରେ ରହୁଥିଲେ । ଉଭୟଙ୍କ ପରିବାରର ସହମତିରେ ଆସନ୍ତା ଜାନୁଆରୀ ମାସରେ ସେମାନଙ୍କର ବୈଦିକ ରୀତିରେ ବିବାହ ହେବାକୁ ସ୍ଥିର ହୋଇଥିଲା । ତେବେ ଗୁରୁବାର ସକାଳେ ଉଭୟଙ୍କ ମୃତଦେହ ଗଛରେ ଝୁଲନ୍ତା ଅବସ୍ଥାରେ ଦେଖାଯିବା ପରେ ନା ନା କଳ୍ପନାଜଳ୍ପନା ପ୍ରକାଶ ପାଉଛି।

ଣେ ବ୍ୟକ୍ତିଙ୍କ ଜମିରେ ଲଗାଯାଇଥିବା ଏକ ଛୋଟ ଆକାଶିଆ ଗଛର ଏକ ସରୁ ଡାଳରେ ବେକରେ ରଶି ଲଗାଇ ଉଭୟେ ଝୁଲୁଥିବା ବେଳେ ଲବଙ୍କ ମୁଁହରେ ଏକ ଲୁଙ୍ଗି ଓ ସୌଦାମିନୀଙ୍କ ମୁଁହରେ ଓଢଣି ବନ୍ଧା ହୋଇଥିବା ଦେଖାଯାଇଛି। ଜମି କାଦୁଅପଙ୍କରେ ଭର୍ତ୍ତି ହୋଇଥିବା ବେଳେ ଉଭୟଙ୍କ ଦେହରେ କାଦୁଅର କୌଣସି ଚିହ୍ନ ନାହିଁ। ଉଭୟଙ୍କ ବେକରେ ବନ୍ଧା ହୋଇଥିବା ଦଉଡିର ଗଣ୍ଠି ବେକ ଉପରକୁ ରହିଛି। ଗଛର ଏକ ସରୁ ଡାଳରେ ଦଉଡିର ମଝିଅଂଶକୁ ବନ୍ଧା ଯାଇଥିବା ବେଳେ ଦଉଡିର ଦୁଇପାର୍ଶ୍ଵ ଉଭୟଙ୍କ ବେକରେ ବନ୍ଧା ହୋଇଥିବା ପରିଲକ୍ଷିତ ହୋଇଛି । ଏକ ସରୁ ଆକାଶିଆ ଗଛରେ ଉଭୟେ ଚଢି ବେକରେ ଦଉଡି ବାନ୍ଧି ଆତ୍ମହତ୍ୟା କରିବା ଆଦୌ ସମ୍ଭବପର ନୁହେଁ ବୋଲି ସାଧାରଣରେ ଆଲୋଚନା ହେଉଛି।  ଉଭୟଙ୍କ ରଜେିଷ୍ଟ୍ରି ମ୍ୟାରେଜ ସରିଥିବା ଓ ପରିବାରର ସହମତିରେ ବୈଦିକ ଋୀତିରେ ବିବାହ ପାଇଁ ତାରିଖ ଧାର୍ଯ୍ୟ ହୋଇଥିବା ବେଳେ ସେମାନେ କାହିଁକି ଆତ୍ମହତ୍ୟା ପରି ପଦକ୍ଷେପ ନେଲେ ବୋଲି ପ୍ରଶ୍ନ ଉଠିଛି । ତେଣୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଉଭୟ ପରିବାର ଓ ଅଞ୍ଚଳବାସୀ ସନ୍ଦେହ କରୁଛନ୍ତି ।

ପିପିଲି ଆଇଆଇସି ଶରତ କୁମାର ସାହୁ ଓ ଏସ୍‍ଆଇ ବିଦ୍ୟାଧର ଭୋଳ ପ୍ରମୁଖ ସାଇଣ୍ଟିଫିକ୍‍ ଟିମ୍‍ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଘଟଣା ସ୍ଥଳରେ ପଡିଥିବା ଏକ ଜରି, କିଛି ଖାଦ୍ୟ ଭର୍ତ୍ତି ପଲିଥିନ, ଉଭୟଙ୍କ ଚପଲ ଆଦିକୁ ପୁଲିସ ଜବତ କରିଛି । ପ୍ରାଥମିକ ତଦନ୍ତରୁ ଏହାକୁ ଆତ୍ମହତ୍ୟା ବୋଲି ପୁଲିସ ଅନୁମାନ କରୁଛି । ମୃତ ଲବ ଜଣେ ଟେଣ୍ଟହାଉସ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଗତକାଲି ସନ୍ଧ୍ୟାରେ ଅନ୍ୟ ଜଣେ ଶ୍ରମିକ ତାଙ୍କୁ କାମ କରିବାକୁ କହି ଡାକି ନେଇଥିବା ଲବଙ୍କ ସାନଭାଇ କୁଶ ପୃଷ୍ଟି ପୁଲିସକୁ ସୂଚନା ଦେଇଛନ୍ତି । ଏପରିକି ଲବଙ୍କୁ ମଙ୍ଗଳପୁର ବଜାରରେ ରାତି ୧୦ଟାରେ ବୁଲୁଥିବାର କେତେକ ଲୋକେ ଦେଖିଥିବା ସୂଚନା ଦେଇଛନ୍ତି । ସେହିପରି ମୃତା ସୌଦାମିନୀ ଗତକାଲି ସନ୍ଧ୍ୟାରେ ଟିଉସନ କରିବାକୁ ଘରୁ ବାହାରକୁ ଯାଇଥିବା ବେଳେ ରାତିରେ ଘରକୁ ଫେରି ନ ଥିବା ତାଙ୍କ ଭାଇ ସୂଚନା ଦେଇଛନ୍ତି । ଘଟଣାଟି ସଂପୂର୍ଣ୍ଣ ରହସ୍ୟମୟ ହୋଇରହିଛି।