April 19, 2024

୫୦ତମ ଏପିସୋଡ୍‌ରେ ପହଞ୍ଚିଲା “ମନ୍‌ କି ବାତ୍‌”

1 min read
Maan-Ki-Baat-Aajira-Odisha

ଆଓରି-ନୂଆଦିଲ୍ଲୀ(୨୫/୧୧) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କି ବାତ୍‌’ର ୫୦ ତମ ଏପିସୋଡ୍‌ ଶେଷ କରିଛନ୍ତି । ସେ ଆଜି ପର୍ଯ୍ୟନ୍ତ ଯେତେ ଥର ‘ମନ କି ବାତ୍‌’ କାର୍ଯ୍ୟକ୍ରମ କରିଛନ୍ତି, ସବୁବେଳେ ସେ ସମାଜର ହିତ ଓ ମଙ୍ଗଳ ଚିନ୍ତା କରିଛନ୍ତି । ସେ ସବୁବେଳେ ନାରୀଙ୍କୁ ସୁରକ୍ଷା, ନାରୀଙ୍କୁ ସମ୍ମାନ, ନିଶାଠାରୁ ଦୂରରେ ରହିବା, ପ୍ରଦୂଷଣ ନ କରିବା ଭଳି ଅନେକ ଜନହିତକର ବର୍ତ୍ତା ଦେଇ ଆସିଛନ୍ତି । ତେବେ ଅକ୍ଟୋବର ୧୪ ତାରିଖଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମର ପ୍ରଥମ ଏପିସୋଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ, ଦେଶର ପ୍ରତ୍ୟେକ ବ୍ୟକ୍ତି ଅତି କମ୍‌ରେ ଗୋଟିଏ ଖଦି କପଡ଼ା ବ୍ୟବହାର କରନ୍ତୁ । କାରଣ ଏହା ଦ୍ୱାରା ଗରିବ ବୁଣାକାରଙ୍କ ମଙ୍ଗଳ ହେବ । ଗରିବ ବୁଣାକାର ମାନେ ଦୁଇ ପଇସା ପାଇବେ ଓ ତାଙ୍କ ପରିବାର ମଧ୍ୟ ଦୁଇ ଓଳି ଦୁଇ ମୁଠା ଖାଇବା ପାଇପାରିବ।

‘ମନ୍‌ କିମ ବାତ୍‌’ କାର୍ଯ୍ୟକ୍ରମକୁ ମୋଦି ଯେତେବେଳେ ଆରମ୍ଭ କଲେ ସେତେବେଳେ ଅନେକ ଲୋକ ତାଙ୍କୁ ପ୍ରଶ୍ନ କରିଥିଲେ ଯେ, ଟେକ୍ନୋଲୋଜି ଏତେ ଆଗେଇବା ପରେ ବି ଆପଣ ରେଡିଓର ବ୍ୟବହାର କାହିଁକି କରୁଛନ୍ତି । ସେତେବେଳେ ମୋଦି ଏହି ପ୍ରଶ୍ନର ଉତ୍ତରରେ କହିଥିଲେ, ସାଧାରଣ ଲୋକଙ୍କ ନିକଟରେ ପହଞ୍ଚିବାକୁ ହେଲେ ରେଡିଓଠାରୁ ଆଉ ଅଧିକ ଉତ୍ତମ ମାଧ୍ୟମ କିଛି ନାହିଁ । ଏହା ସହ ତାଙ୍କର ପିଲା ଦିନୁ ରେଡିଓରେ କହିବାର ଏକ ଆଶା ଥିଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ହେବା ପରେ ସବୁବେଳେ ଅଧିକ ବଳିଷ୍ଠ କ୍ଷେତ୍ର ପ୍ରତି ସେ ଆକର୍ଷିତ ହେବା ସ୍ୱଭାବିକ୍‌ । ତେଣୁ ସେ ରେଡ଼ିଓ ପ୍ରତି ଆକର୍ଷିତ ହେଲେ ।

ପ୍ରଧାନମନ୍ତ୍ରୀ ନିଜର ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମର ସଫଳତା ବଖାଣିବାକୁ ଯାଇ କହିଛନ୍ତି, ଆକାଶବାଣି ପକ୍ଷରୁ ଏକ ସର୍ଭେ କରାଯାଇଛି, ଯେଉଁମାନେ ମନ୍‌ କି ବାତ୍‌ ଶୁଣୁଛନ୍ତି ସେମାନଙ୍କୁ ନେଇ ଏହି ସର୍ଭେ କରାଯାଇଛି । ଯେଉଁଥିରେ ଜଣାପଡ଼ିଛି ଯେ, ନିୟମିତ ଭାବେ ୭୦ ପ୍ରତିଶତ ଲୋକ କାର୍ଯ୍ୟକ୍ରମ ଶୁଣୁଛନ୍ତି । ସବୁଠାରୁ ବଡ଼ କଥା ହେଲା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମାଜରେ ଲୋକଙ୍କ ମଧ୍ୟରେ ସାକାରତ୍ମକ ମନୋଭାବ ବୃଦ୍ଧି ପାଉଛି ।

ଅନେକ ସମୟରେ ମନ୍‌ କ ବାତ୍‌ କାର୍ଯ୍ୟକ୍ରମକୁ ତାତ୍ସଲ୍ୟ ଏବଂ ରହସ୍ୟ ମଧ୍ୟ କରାଯାଇଥାଏ । କିନ୍ତୁ ମୋଦି ସେ ସବୁକୁ ଖାତିର କରନ୍ତି ନାହିଁ ଏବଂ ସେ ସବୁବେଳେ ୧୩୦ କୋଟି ଜନସାଧାରଣଙ୍କ କଥା ଚିନ୍ତା କରିଥାନ୍ତି ବୋଲି କହିଛନ୍ତି ।

‘ମନ୍‌ କି ବାତ୍‌’ କୌଣସି ସରକାରୀ କଥା ନୁହେଁ । ଏହା ସମାଜର କଥା । ସମାଜ ପାଇଁ ଏହା ମହତ୍ୱାକାଂକ୍ଷାର ବାର୍ତ୍ତା ଦେଇଥାଏ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମାଜର ମଙ୍ଗଳ ଚିନ୍ତା କରାଯାଇଥାଏ । ଭାରତର ମୂଳ ପ୍ରାଣ ରାଜନୀତି ନୁହେଁ, ଭାରତର ମୂଳ ପ୍ରାଣ ରାଜ ଶକ୍ତି ମଧ୍ୟ ନୁହେଁ । ଭାରତର ମୂଳ ପ୍ରାଣ ହେଉଛି ସମାଜନୀତି ଓ ସମାଜ ଶକ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ସେ ଏହି ଅବସରରେ ଗଣମାଧ୍ୟମକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି, ଗଣମାଧ୍ୟମର ସହଯୋଗ କାରଣରୁ ହିଁ ଆଜି ଏହି ‘ମନ୍‌ କି ବାତ୍‌’କାର୍ଯ୍ୟକ୍ରମ ଦେଶରେ ମୋଷ୍ଟ ଆଓ୍ୱେଟେଡ୍‌ କାର୍ଯ୍ୟକ୍ରମ ହୋଇଯାଇଛି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.