April 19, 2024

ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ରନ୍‌ ଫର୍‌ ୟୁନିଟ୍‌ କାର୍ଯ୍ୟକ୍ରମରେ ଯୋଗଦେଲେ ଅନେକ ଯୁବପିଢୀ

1 min read
Aajira-Odisha

ଆଓରି-ଭୁବନେଶ୍ଵର(୧/୧୧) : ସ୍ଵାଧୀନତାର ୭୨ ବର୍ଷ ପରେ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ଏବେ ଉଚିତ ସମ୍ମାନ ମିଳିଛି ବୋଲି ପଟେଲ ଜୟନ୍ତୀ ଅବସରରେ ଆୟୋଜିତ ‘ରନ୍‌ ଫର୍‌ ୟୁନିଟ୍‌’ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ତଥା କୌଶଳ ବିକାସ ଓ ଦକ୍ଷତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ କହିଲେ, ଦେଶ ସ୍ଵାଧୀନତା ହେବାର ଶ୍ରେୟ ଗୋଟିଏ ପରିବାରକୁ ଦେବାର ମାନସିକତା କାରଣରୁ ସର୍ଦ୍ଦାରଙ୍କୁ ଉଚିତ୍‌ ସ୍ଥାନ ମିଳି ନଥିଲା। ସର୍ଦ୍ଦାର ପଟେଲ ନ ଥିଲେ ବ୍ରିଟିସ୍‌ ଶାସନର ଡିଭାଇଡ୍‌ ଆଣ୍ଡ ରୁଲ୍‌ ଷଡ଼ଯନ୍ତ୍ରରେ ଭାରତ ଖଣ୍ଡଖଣ୍ଡ ହୋଇ ରହିଥାନ୍ତା। ପଟେଲଙ୍କ ଉଦ୍ୟମ ଯୋଗୁଁ ହିମାଳୟରୁ କନ୍ୟାକୁମାରୀ ଯାଏଁ ଭାରତ ଏକ ରାଷ୍ଟ୍ର ହୋଇପାରିଲା। ପଟେଲଙ୍କ ନେତୃତ୍ଵରେ ଦେଶୀୟ ରାଜ୍ୟ ମିଶ୍ରଣ ପ୍ରକ୍ରିୟାରେ ଓଡ଼ିଶାର ନୀଳଗିରି ଭାରତରେ ସାମିଲ ହୋଇଥିଲା ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ। ‘ରନ୍‌ ଫର୍‌ ୟୁନିଟ୍‌’ କାର୍ଯ୍ୟକ୍ରମରେ ବହୁ ଯୁବକ ଯୁବତୀ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.