Wed. Jul 17th, 2019

ଆଜି ବିଶ୍ୱଆତଙ୍କୀ ଘୋଷିତ ହୋଇପାରେ ମସୁଦ୍ ଅଜହର

1 min read
Masood-Azhar-Aajira-Odisha

ଆଓରି-ନୂଆଦିଲ୍ଲୀ(୧୩/୦୩) : ପୁଲୱାମା ଆତଙ୍କବାଦୀର ମୁଖ୍ୟ ମାଷ୍ଟର ମାଇଣ୍ଡ ଜୈଶ୍ ଏ ମହମ୍ମଦର ମୁଖ୍ୟ ମସୁଦ ଅଜହରଙ୍କୁ ବିଶ୍ୱ ଆତଙ୍କବାଦୀ ତାଲିକାଭୁକ୍ତ କରିବା ପାଇଁ ଭାରତ ଉଦ୍ୟମ କରିଛି । ଆଜି ଜାତିସଂଘରେ ଏହି ପ୍ରସ୍ତାବ ଉପରେ କୌଣସି ରାଷ୍ଟ୍ର ଆପତ୍ତି ନଉଠାଇଲେ ବିଶ୍ୱସ୍ତରରେ ମସୁଦକୁ ଆତଙ୍କବାଦୀ ଘୋଷଣା କରାଯିବ ।

କିନ୍ତୁ ଏଥର ଏହି ପ୍ରସ୍ତାବ ଭାରତ ନୁହେଁ ଆମେରିକା, ବ୍ରିଟେନ ଓ ଫ୍ରାନ୍ସ ପକ୍ଷରୁ ଅଣାଯାଇଛି । ତେଣୁ ଚୀନ ଏହାକୁ ବିରୋଧ ନ କରିପାରେ ବୋଲି ଅନୁମାନ କରାଯାଉଛି । ପୁଲୱାମା ଆକ୍ରମଣ ପରେ ଏବେ ମସୁଦ ଉପରେ ସମସ୍ତଙ୍କ ନଜର ରହିଛି । ମସୁଦକୁ ବିଶ୍ୱ ଆତଙ୍କବାଦୀ ତାଲିକାଭୁକ୍ତ କରିବା ପାଇଁ ଏହା ଚତୁର୍ଥ ପ୍ରସ୍ତାବ । ଏହାପୂର୍ବରୁ ଭାରତ ପକ୍ଷରୁ ତିନି ଥର ପ୍ରସ୍ତାବ ଅଣାଯାଇଥିଲା । କିନ୍ତୁ ତିନି ଥର ଯାକ ଚୀନ ଏହାକୁ ବିରୋଧ କରିଥିଲା ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.