ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମ ଦିନରେ ବୃକ୍ଷ ରୋପଣ ଓ ମାସ୍କ ବିତରଣ କଲା ଆୟୁଷ୍ମାନ ଓ ସୁନ୍ଦର ଓଡିଶା ଫାଉଣ୍ଡସନ
1 min read
ଆଓରି-ନୂଆଦିଲ୍ଲୀ(୨୭-୦୬-୨୦)ଗତକାଲି ସମ୍ମାନନିୟ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ଯାସ ତଥା ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୧ତମ ଜନ୍ମଦିବସ ଉପଲକ୍ଷେ ସୁନ୍ଦର ଓଡିଶା ଓ ଆୟୁଷ୍ମାନ ଫାଉଣ୍ଡେସନ ତରଫରୁ ମାସ୍କ ଓ ବୃକ୍ଷ ରୋପଣ କରଯାଇଥିଲା|
ସୁନ୍ଦର ଓଡିଶା ସଂସ୍ଥାପକ ଶ୍ରୀ ସଂଗ୍ରାମ ଧରଙ୍କ ତତ୍ତ୍ବାବଧାନରେ ଦେଶବ୍ୟାପୀ ଥିବା ସ୍ଵେଚ୍ଛାସେବୀ ମାନଙ୍କ ଦ୍ଵାରା ଶ୍ରୀ ପ୍ରଧାନଙ୍କର ଜନ୍ମଦିବସ ଏକ ନିଆରା ଉପାୟରେ ପାଳନ କରାଯାଇଥିଲା| କୋରନାର ଏହି ଦୁଃଖଦ ସମୟରେ ଏକାଠି ହୋଇ ଜନ୍ମଦିବସ ପାଳନ କରିବା ଏକପ୍ରକାର ଅସମ୍ଭବ, ସେଥିପାଇଁ
ସାମାଜିକ ଦୁରତ୍ତ୍ଵ ରକ୍ଷା କରି ଆବଶ୍ୟକ ଲୋକଙ୍କୁ ମାସ୍କ ବଣ୍ଟା ଯାଇଥିଲା | ପ୍ରାୟ ୨୫୦୦ରୁ ଊର୍ଦ୍ଧ୍ଵ ମାସ୍କ ଓ ୫୦ରୁ ଅଧିକ ବୃକ୍ଷ ରୋପଣ ମଧ୍ୟ କରାଯାଇଥିଲା|
ଶ୍ରୀ ପ୍ରଧାନଙ୍କୁ ଜନ୍ମଦିନର ଶ୍ରଦ୍ଧାଞ୍ଜଳି ଦେବା ପାଇଁ ତାଳଚେରରୁ ଶ୍ରୀ ସଂଜୀବ ଧର ଓ ପୁଲିନ ନାୟକଙ୍କ ସହିତ ଜଗନ୍ନାଥପୁର ସରପଞ୍ଚ ଶ୍ରୀ ବଲିଆ ନାହାକ, ଖଇରାରୁ ମେଘା ଦାସ, ସିମୁଳିଆରୁ ଅକ୍ଷୟ ବିଶ୍ଵାଳ, ଭୁବନେଶ୍ଵରରୁ ନିରାକାର ରାଉତ ଇତ୍ୟାଦି ନିଜ ଟିମ ସହିତ ଏହି ମହାନ କାର୍ଯ୍ଯ ସମ୍ପନ୍ନ କରିଥିଲେ |
ଏହି ମହାନ କାର୍ଯ୍ୟ ପାଇଁ ପ୍ରବାସୀରୁ ମଧ୍ୟ ହରିୟଣା ଗୁରୁଗ୍ରାମ ଅଞ୍ଚଳରୁ ଶ୍ରୀମନ୍ତ ବିଶ୍ଵାଳ ଓ ସରୋଜ ନାୟକ, ଦିଲ୍ଲୀରୁ ଦେବରାଜ ମହାନ୍ତି, ଜିତେନ୍ଦ୍ର ତ୍ରିପାଠୀ,
ରମେଶ ଲେଙ୍କା ଓ ଅବିନାଶ ଶତପଥୀ, ନଏଡାରୁ ପ୍ରଶାନ୍ତ ମହାନ୍ତି ଓ ଗିତୁଞ୍ଜୟ ନାୟକ, କୋଲକାତାରୁ ଅକ୍ଷୟ ପତି ଓ ସଞ୍ଜୟ ଦତ୍ତ, ଅହମଦାବାଦରୁ ସୁକାନ୍ତ ସାମଲ, ବାଙ୍ଗାଲୋରରୁ ଧୃବଚରଣ ମହାନ୍ତି, ମୁମ୍ବାଇ ରୁ ଆଲୋକ ରାଉତ ଇତ୍ୟାଦି କୋରନା ବିଷୟରେ ସାଧାରଣଙ୍କୁ ସଚେତନ କରି ମାସ୍କ ବଣ୍ଟନ କରିଥିଲେ |