April 25, 2024

ଆସନ୍ତା କଳିଠାରୁ ଓଡିଶାରେ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା

1 min read
matric-exam-in-odisha-aajira-odisha

ଆଓରି-ଭୁବନେଶ୍ଵର(୧୮/୦୨) : ଆସନ୍ତାକାଲିଠାରୁ ରାଜ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା । ସେହିଭଳି କେନ୍ଦୁଝର ଜିଲ୍ଲାରେ ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କଡା ସୁରକ୍ଷା ମଧ୍ୟରେ ଲକରରେ ପ୍ରଶ୍ନପତ୍ର ରହିଥିବା ବେଳେ ଅନେକ ସେନସିଟିଭ୍‌ ସେଣ୍ଟରରେ ସିସିଟିଭି ମଧ୍ୟ ଲଗା ଯାଇଛି । ପରୀକ୍ଷା ପାଇଁ ମୋଟ ୧୩୦ଟି ସେଣ୍ଟର କରାଯାଇଥିବା ବେଳେ କେନ୍ଦୁଝରରେ ମୋଟ ୨୪ ହଜାର ୪୨୧ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ।

ଏଥିପାଇଁ ୧୧ ନୋଡାଲ ସେଣ୍ଟର କରାଯିବା ସହ  ପ୍ରଶ୍ନପତ୍ର ପାଇଁ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କପି ରୋକିବା ପାଇଁ ବିଭିନ୍ନ ପ୍ରକାର ସ୍କ୍ୱାଡ଼ ମଧ୍ୟ ଗଠନ କରାଯାଇଛି । ଆଉ ଯେଉଁ ସେଣ୍ଟର ସମ୍ମୁଖରେ ଲୋକମାନେ ଭିଡ଼ କରି ଅସଦଉପାୟ ଅବଲମ୍ବନ କରିବାକୁ ଚେଷ୍ଟା କରିବେ, ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି ସ୍ଥାନୀୟ ଜିଲ୍ଲାପାଳ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.