April 24, 2024

ଆମ୍ବ ର ଔଷଧୀୟ ଗୁଣ

1 min read

ଆ.ଓ.ରି(ତା୨୮|୫)-

ଆମ୍ବ ହେଉଛି ଭାରତର ଜାତୀୟ ଫଳ ।ଭାରତୀୟ ସଂସ୍କୃତି ସହ ଓତୋପ୍ରୋତ ଭାବରେ ଜଡ଼ିତ ଆମ୍ବ ପ୍ରାୟ ସମସ୍ତଙ୍କର ପ୍ରିୟ ଫଳ । ହିନ୍ଦୁ ପରମ୍ପରାର ପ୍ରତିଟି ଶୁଭକାର୍ଯ୍ୟରେ ଆମ୍ଭ ପତ୍ରକୁ ଖୋଜା ପଡ଼ିଥାଏ, କଳସ ବସିବା ଠାରୁ ତୋରଣ ବାନ୍ଧିବା ପର୍ଯ୍ୟନ୍ତ । କଞ୍ଚା ଓ ପାଚିଲା ଆମ୍ବ ଖାଦ୍ୟ ରୂପେ ବ୍ୟବହୃତ ହୁଏ । ଭାରତୀୟ ଚିତ୍ରକଳାରେ ଆମ୍ବକଷି ଡିଜାଇନ ବହୁଳ ଭାବରେ ଆଦୃତ । କାଶ୍ମୀର ଓ ପାରସ୍ୟ ଚିତ୍ରକଳାରେ ମଧ୍ୟ ଆମ୍ବକଷିର ମହତ୍ତ୍ଵ ରହିଛି । ଆମ୍ବର ମଧୁର ସ୍ଵାଦର ଆକର୍ଷଣରୁ ସାଧାରଣ ମଣିଷ ସମତେ ବହୁ ମନୀଷୀ ଯଥା ପ୍ରାଚୀନ କବି କାଳିଦାସ, ଗ୍ରୀକ ବୀର ଆଲେକଜାଣ୍ଡାର ଏବଂ ମହାନ ବୌଦ୍ଧ ସନ୍ନ୍ୟାସୀ ହୁଏନ ସାଂ କେହିବି ବାଦ ପଡ଼ିନାହାନ୍ତି । ଏହା ଭାରତର ପ୍ରତ୍ୟେକ ରାଜ୍ୟରେ ଦେଖିବାକୁ ମିଳେ। ଆମ୍ବ କଞ୍ଚା ଥିଲେ ଖାଇବାକୁ ଖଟା ଲାଗେ ଓ ପାଚିଲା ପରେ ସୁଆଦିଆ ଲାଗେ ।

 

ଆମ୍ବକୁ ଉଭୟ କଞ୍ଚା ଓ ପାଚିଲା ଅବସ୍ଥାରେ ଖିଆ ହୋଇଥାଏ । କଞ୍ଚା ଆମ୍ବ ଓ ଡେମ୍ଫରେ “ଉରୁଷିଓଲ’ (urushiol) ନାମକ ଏକ ରାସାୟନିକ ପଦାର୍ଥ ଥାଏ ଯାହାକୁ ଲସା କୁହାଯାଏ । ଏହାର ସଂସ୍ପର୍ଶରେ ଆସିଲେ ଓଠ, ଚର୍ମ ଓ ଜିଭ କ୍ଷତିଗ୍ରସ୍ତ ହୋଇ ବେଳେବେଳେ ଘା’ ହୋଇଯାଏ । ଅଧିକାଂଶ ଆମ୍ବ କଞ୍ଚା ଅବସ୍ଥାରେ ଖଟାସ୍ଵାଦଯୁକ୍ତ ହୋଇଥାନ୍ତି।

ଆମ୍ବରେ ପ୍ରଚୁର ପରିମାଣରେ ଖାଦ୍ୟସାର ଓ ଜୀବନିକା ରହିଛି । ଭିଟାମିନA, C ଓ E ଛଡ଼ା ଭିଟାମିନ B6 ତଥା B ଉପାଦାନ ଓ ଭିଟାମିନ K ମଧ୍ୟ ରହିଛି । ଏହାଛଡ଼ା ଆମ୍ବରସରେ ପଲିଫେନଲ, ପଟାସିଅମ, ତମ୍ବା, କ୍ୟାରୋଟିନଏଡସ, ଓମଗୋ-୩ ସ୍ନେହାମ୍ଳ ଏବଂ ପ୍ରାୟ ସତର ପ୍ରକାରର ଜୈବରାସାୟନିକ ପଦାର୍ଥ ରହିଛି । ସେଗୁଡ଼ିକ ମଧ୍ୟରେ ରହିଛି ବିଟା କ୍ୟାରୋଟିନ, ଲୁଟିନ, ଆଲଫ। କ୍ୟାରୋଟିନ ଇତ୍ୟାଦି ଏବଂ କାମଫେ ରୋଲ, ଗାଲିକ ଏସିଡ, କାଫିକ ଏସିଡ, କ୍ୟୁରେଟିନ, ଟାନିନ ଆଦି ପଲିଫେନଲ । ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ହେଲା, “ମଗେଢଆିଫେରନ’ ନାମକ ଏକ ସ୍ଵତନ୍ତ୍ର କଣିକା, ଯାହା ଆମ୍ବକୁ ସୁଗନ୍ଧିତ କରିବା ସହିତ ଏହାକୁ ଏକ ସ୍ଵତନ୍ତ୍ରତା ପ୍ରଦାନ କରିଥାଏ । କ୍ୟାରୋଟିନଏଡ କଣିକାମାନଙ୍କର ଉପସ୍ଥିତିର ପରିମାଣ ଉପରେ ଆମ୍ବର ହଳଦିଆ ରଙ୍ଗ ନିର୍ଭର କରିଥାଏ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.