April 19, 2024

ମହିଳାଙ୍କ ହିତରେ ମୋଦି ସରକାର

1 min read

ମୋଦି ସରକାର ମହିଳାଙ୍କ ହିତ ପାଇଁ ଅନେକ ଯୋଜନାର ଉପସ୍ଥାପନ କରୁଛନ୍ତି । ନିକଟରେ କେନ୍ଦ୍ର ସରକାର ତିନ ତଲାକ ବିଲ ଉପରେ ମୁସଲମାନ୍ ମହିଳାଙ୍କୁ ଏକ ବଡ଼ ଅସ୍ତ୍ର ପ୍ରଦାନ କରିଛନ୍ତି । ଅନ୍ୟପଟେ ମହିଳାଙ୍କ ଅଧିକାର ପାଇଁ ନିକାହ ହଲାଲା ଓ ବହୁ ବିବାହ ଉପରେ ମଧ୍ୟ ଶୁଣାଣି ଚାଲିଛି ।  ସୂଚନା ଅନୁସାରେ ଶନିବାର ଦିନ ଜିଏସଟି କାଉନସେଲିଂ ବୈଠକରେ ମହିଳାଙ୍କ ହିତ ପାଇଁ ଅନେକ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ସାନିଟାରି ନାପକିନକୁ ଜିଏସଟି ମୁକ୍ତ କରାଯାଇଛି । ପୂର୍ବରୁ ଏଥିରେ ୧୨ ପ୍ରତିଶତ ଜିଏସଟି ଲଗାଯାଇଥିଲା । କେବଳ ଏତିକି ନୁହେଁ କାଉନସିଲ ବୈଠକରେ ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କର ପର୍ବ ରାକ୍ଷୀପୂର୍ଣ୍ଣମାକୁ ଧ୍ୟାନରେ ରଖି ରାକ୍ଷୀକୁ ମଧ୍ୟ ଜିଏସଟି ମୁକ୍ତ କରିଛନ୍ତି । ଏହା ବ୍ୟତୀତ ମହିଳାଙ୍କ ଜୁଏଲାରୀ, ହେୟାର ଡାୟର, ପରଫ୍ୟୁମ ଓ ହ୍ୟାଣ୍ଡବ୍ୟାଗ ମଧ୍ୟ ଉପରେ ମଧ୍ୟ ଜିଏସଟିରେ ରିହାତି ଦିଆଯାଇଛି । ଏହି ସାମଗ୍ରୀ ଗୁଡ଼ିକ ପୂର୍ବରୁ ୨୮ ପ୍ରତିଶତ ଜିଏସଟି ଅନ୍ତର୍ଭୁକ୍ତ ଥିଲା, ଯାହା ଏବେ ୧୮ ପ୍ରତିଶତ କରିଦିଆଯାଇଛି । ଯାହା ଫଳରେ ଏହି ସାମଗ୍ରୀ ଗୁଡ଼ିକ ଉପରେ ୧୦ ପ୍ରତିଶତ କମ ହୋଇଛି ଜିଏସଟି |ଏହା ସହିତ ସାନିଟାରି ନାପକିନ ଉପରୁ ଜିଏସଟି ମୁକ୍ତି କରିଦିଆ ଯାଇଛି |

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.